ଆଜି ଉଦ୍ଧାର ହୋଇପାରନ୍ତି ଶ୍ରମିକ
ଆଜି ଉଦ୍ଧାର ହୋଇପାରନ୍ତି ଶ୍ରମିକ । ଉତ୍ତରକାଶୀ ସିଲ୍କୟାରା ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ଆଉ କିଛି ଘଣ୍ଟା ପରେ ଶେଷ ହୋଇପାରେ ମିଶନ । ସମସ୍ତଙ୍କୁ ନିରାପଦରେ ଟନେଲ ଭିତରୁ ବାହାର କରିବା ଲାଗି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ହୋଇଛି । ଶ୍ରମିକମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ଆଶଙ୍କା ଥିବାରୁ ସେମାନଙ୍କୁ ଷ୍ଟ୍ରେଚରରେ ଅଣାଯିବ । ଟନେଲ ଭିତରକୁ ଯାଇଥିବା ଏନଡିଆରଏଫ ଡାକ୍ତର ଜଣ ଜଣ କରି ସମସ୍ତଙ୍କୁ ବାହାରକୁ ପଠାଇବେ । ଶ୍ରମିକଙ୍କ ଲାଗି ଷ୍ଟ୍ରେଚର ବ୍ୟବସ୍ଥା କରାଯାଇଥିବାବେଳେ ରଖାଯାଇଛି ୪୦ରୁ ଅଧିକ ଆମ୍ବୁଲାନ୍ସ । ପ୍ରସ୍ତୁତ ରହିଛି ହେଲିକପ୍ଟର । ପାଇପରୁ ବାହାରିବା ମାତ୍ରେ ଶ୍ରମିକଙ୍କୁ ନିଆଯିବ ହସ୍ପିଟାଲ । ମେକସିଫ୍ଟ ହସ୍ପିଟାଲ ସମେତ ଏମସ ଋଷିକେଶରେ ବି କରାଯାଇଛି ବ୍ୟବସ୍ଥା ।