ଆଉ ଦୁଇ ଘଣ୍ଟା ପରେ ଚନ୍ଦ୍ରଯାନ ପହଁଚିବ ଚନ୍ଦ୍ରରେ

ଆଉ ଦୁଇ ଘଣ୍ଟା ପରେ  ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଛି ଚନ୍ଦ୍ରଯାନ ୩ । ଚନ୍ଦ୍ରର ଦକ୍ଷିଣ ମେରୁ ପୃଥିବୀର ଦକ୍ଷିଣ ମେରୁ ସହ ହାରାହାରି ସମାନ । ଏହା ଅତ୍ୟଧିକ ଥଣ୍ଡା ଏବଂ ଏଠାରେ କମ ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଏଠାରେ ବରଫ କଠିନ ଅବସ୍ଥାରେ ରହିଥିବା ଅନୁମାନ କରାଯାଉଛି । ଆମେରିକାର ଚନ୍ଦ୍ର ମିଶନ ମଧ୍ୟଭାଗରେ ଅବତରଣ କରିଥିବାବେଳେ ଚୀନ ଉତ୍ତର ମେରୁରେ ଅବତରଣ କରିଥିଲା । ବିପରିତ ପାର୍ଶ୍ବରେ ଚନ୍ଦ୍ରଯାନ ପହଁଚିବାକୁ ଏବେ ଅପେକ୍ଷା ।  ଚନ୍ଦ୍ରଯାନ-୩ର ତିନୋଟି ପ୍ରମୁଖ ଅଂଶ ଠିକ ଭାବେ କାମ କରୁଛି । ପ୍ରଥମଟି ହେଲା ପ୍ରପୁଲସନ  ମଡ୍ୟୁଲ ଯାହା ଚନ୍ଦ୍ର ଚାରିପଟେ ବୁଲୁଛି , ଦ୍ବିତୀୟଟି ହେଲା ଲ୍ୟାଣ୍ଡର ମଡ୍ୟୁଲ ବିକ୍ରମ  ଯାହା ଅବତରଣ କରିବା ପାଇଁ ଶେଷ ପ୍ରସ୍ତୁତି ଅବସ୍ତାରେ ରହିଛି । ତୃତୀୟଟି ହେଲା ରୋଭର ପ୍ରଜ୍ଞାନ  ଯାହା ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ବୁଲିବ । ୧୭ ଅଗଷ୍ଟରେ ପ୍ରପୁଲସନ୍ ମଡ୍ୟୁଲ୍ ଠାରୁ ଅଲଗା ହେବା ପରେ ବିକ୍ରମ ରୋଭର ପ୍ରଜ୍ଞାନ ସହିତ ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ର ଆଡକୁ ଗଲା |  ସନ୍ଧ୍ୟା ୬ଟା ୪ରେ ସପ୍ଟ ଲ୍ୟାଣ୍ଡିଂ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ୧୫ ମିନିଟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ରିସର୍ଚ୍ଚ ସେଣ୍ଟରରୁ ଲଞ୍ଚ ହୋଇଥିଲା ଚନ୍ଦ୍ରଯାନ -୩  । ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦଣିକ୍ଷରେ ଅବତରଣ କରିବ । ତେବେ ଆଜି ପର୍ଯ୍ୟନ୍ତ କୌଣସି ଦେଶ ଦକ୍ଷିଣ ପାଶ୍ବରେ ଅବତରଣ କରିନାହାନ୍ତି । ଚନ୍ଦ୍ର ମିଶନରେ ଇସ୍ରୋ ୧୪ଦିନ କାମ କରିବ । ଏହି ୧୪ ଦିନ ରହିବଦ୍ବାରା ଜଳ, ଖଣିଜ ସମ୍ପଦ, ଉତାପ ଏବଂ ମାଟି ସମ୍ପର୍କରେ ଅଧ୍ୟୟନ କରିବ ।