ଆଉ କିଛି ଘଣ୍ଟା ପରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩
ପାଖେଇ ଆସୁଛି ସନ୍ଧ୍ୟା ୬ଟା ୪ ମିନିଟ । ଏହି ସମୟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଖାଲି ଦେଶରେ ନୁହେଁ ସାରା ବିଶ୍ବରେ ଏନେଇ ପୂଜା ହୋମ ଚାଲିଛି । ମହାକାଶ ବିଜ୍ଞାନୀଙ୍କ ମତରେ ଚନ୍ଦ୍ରଯାନ ୩ର ସଫଳତା ନିଶ୍ଚୟ ହେବ । ଚନ୍ଦ୍ରର କକ୍ଷ ଚାରିପଟେ ଘୁରି ସୁରକ୍ଷିତ ରୁପେ ଲ୍ୟାଣ୍ଡିଂ କରିବାକୁ ସମସ୍ତ ପ୍ରସ୍ତୁତି ସରିଛି ।
ALL THE BEST 🇮🇳 #Chandrayan3
My students created a sand art on #Chandrayaan 3 with the message "Jai Ho @isro , at Puri beach in Odisha. pic.twitter.com/SDbL8kpbEt— Sudarsan Pattnaik (@sudarsansand) August 22, 2023
#WATCH | Delhi | Havan performed by Jan Kalyan Samiti, Ganesh Nagar II for the successful lunar landing of Chandrayaan-3.
Visuals from Nirmal Sadhna Ashram in Shakarpur. pic.twitter.com/NjQF21askS
— ANI (@ANI) August 23, 2023
୨୦୧୯ରେ ଚନ୍ଦ୍ରଯାନ ୨ ସଫ୍ଟ ଲ୍ୟାଣ୍ଡିଂ ସମୟରେ ଇସ୍ରୋ ଯେଉଁ ଅଭିଜ୍ଞତା ହାସଲ କରିଛି ତାହାର ଲାଭ ଏଥର ମିଳିପାରେ । ଚନ୍ଦ୍ରର ଗୁରୁତ୍ବାକର୍ଷଣ ଶକ୍ତି ବିକ୍ରମ ଲ୍ୟାଣ୍ଡରକୁ ପାଖାପାଖି ୬୦ ମିଟର ପ୍ରତି ସେକେଣ୍ଡ ଗତିରେ ତଳକୁ ତଳ ଟାଣିବ । ସେହି ସମୟରେ ନିୟନ୍ତ୍ରଣ କରିବା ସବୁଠୁ ବଡ଼ କଷ୍ଟକର । ଗତି ହ୍ରାସ ହେବା ସହ ଚନ୍ଦ୍ରଯାନ ୩ ଅବତରଣ କରିବ । ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ, ଏହା ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୭.୫ କିଲୋମିଟର ଉଚ୍ଚରେ ନିର୍ଦ୍ଧାରିତ ଅବତରଣ କ୍ଷେତ୍ରଠାରୁ ୩୨ କିଲୋମିଟର ଦୂରରେ ଚକ୍କର କାଟିବ। ଅବତରଣ ସ୍ଥାନ ସୁରକ୍ଷିତ ଅଛି କି ନାହିଁ ଦୁଇଥର ଯାଞ୍ଚ କରିବା ପରେ ଅବତରଣ କରିବ ।
#WATCH | J&K: Students in Jammu organized an exhibition & sang songs for the successful landing of Chandrayaan-3. pic.twitter.com/DDd9aZI9Et
— ANI (@ANI) August 23, 2023
#WATCH | Tamil Nadu | Priests from Rameswaram Agni Theertham Priests Welfare Association offer prayers at the Agni Theertham beach for the successful lunar landing of Chandrayaan-3. pic.twitter.com/stZFNooQlX
— ANI (@ANI) August 23, 2023