ଅସୁସ୍ଥ ଅଛନ୍ତି ଲାଲକୃଷ୍ଣ ଆଡଭାନୀ

ବରିଷ୍ଠ ଭାଜପା ନେତା ତଥା ଭାରତ ରତ୍ନ ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ବର୍ତ୍ତମାନ ୟୁରୋଲୋଜିରେ ପୀଡିତ ଅଛନ୍ତି। ତାଙ୍କୁ ୟୁରୋଲୋଜି ପ୍ରଫେସର ଡା.ଆମ୍ଲେଶ ସେଥ୍‌ ଚିକିତ୍ସା କରୁଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଏମ୍ସ କହିଛି। ତାଙ୍କୁ ନଜରରେ ରଖାଯାଇଛି।ଚଳିତ ବର୍ଷ ଆଡଭାନୀଙ୍କୁ ଭାରତ ସରକାର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିଥିଲେ। ସେ ଦେଶର ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି।