ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ଇଡି ।  ଏହା ବିରୋଧରେ କେଜ୍ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।ଆଜି ଦି ଲ୍ଲୀ ହାଇକୋର୍ଟ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବା ପରେ ଇଡି ଟିମ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା । ଇଡି ପକ୍ଷରୁ ପ୍ରଥମେ ତାଙ୍କ ବାସଭବନକୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଇଡି ପକ୍ଷରୁ ତାଙ୍କୁ ୧୦ ସମନ ଦିଆଯାଇଥିଲା । ପୂର୍ବରୁ ୯ ଥର ସମନ ଦିଆଯାଇଥିଲେ ବି କେଜ୍ରିଓ୍ବାଲ ଇଡିରେ ହାଜର ହୋଇନଥିଲେ ।