୧୯୬୯ ଅକ୍ଟୋବର ୭ରେ ବାରାଣାସୀରେ ଜନ୍ମଗ୍ରହଣ କରିଥିଲେ କଂଗ୍ରେସ ନେତା ଅଜୟ ରାୟ । ବିଜେପି ଛାତ୍ର ଶାଖା ABVP ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ କୋଲକାତା ଅସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୯ ଥର CPI ବିଧାୟକ ଉଦଲଙ୍କୁ ୪୮୪ ଭୋଟରେ ପରାସ୍ତ କରିଥିଲେ । ଏହା ପରେ ୨୦୦୨ ଏବଂ ୨୦୦୭ ଲୋକସଭା ନିର୍ବାଚନରେ BSPର ଅବଧେଶ ସିଂହଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଥିଲେ । ସେ ୨୦୦୯ରେ ବିଜେପି ଛାଡ଼ିଥିଲେ । ଦଳ ତାଙ୍କୁ ବରାଣାସୀରୁ ଲୋକସଭା ଟିକେଟ ପ୍ରଦାନ କରିନଥିଲା ବୋଲି ଏଭଳି ନିଷ୍ପତ୍ତି ନେଇଥିଲେ । ଏହା ପରେ ସେ BSPରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ବାରାଣାସୀରେ ମୁରଲୀ ମନୋହର ଜୋଶୀଙ୍କ ବିରୋଧରେ ନିର୍ବାଚନୀ ମଇଦାନରେ ଓହ୍ଲାଇଥିଲା କିନ୍ତୁ ଏଥିରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।ପାଞ୍ଚ ଥର ବିଧାୟକ ରହିସାରିଥିବା ଅଜୟ ରାୟ ୨୦୧୨ରେ କଂଗ୍ରେସର ହାତ ଧରିଥିଲେ । ଏହି ବର୍ଷ ସେ ପିଣ୍ଡ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ଜିତିଥିଲେ । ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ତାଙ୍କୁ ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦୀଙ୍କ ବିପକ୍ଷରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା କିନ୍ତୁ ୨ ଥର ସେ ପରାଜିତ ହୋଇଥିଲେ । ପରେ ୨୦୨୩ରେ ଦଳ ତାଙ୍କୁ ଉତ୍ତର ପ୍ରଦେଶର କଂଗ୍ରେସ କମିଟି ଭାବେ ଚୟନ କରିଥିଲା ।
୭ମ ପର୍ଯ୍ୟାୟ ଅନ୍ତର୍ଗତ ବାରାଣାସୀରେ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ । ତେବେ ସପ୍ତମ ପର୍ଯ୍ୟାୟରେ ମହାରାଜଗଞ୍ଜ, ଗୋରଖପୁର, କୁଶିନଗର, ଦେବରିୟା, ବାଂଶଗାଓଁ, ଘୋସୀ, ସଲେମପୁର, ବଲିୟା,
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post