ଆଜିଠୁ ସଂସଦରେ ଆରମ୍ଭ ହୋଇଛି ଶୀତ ଅଧିବେଶନ। ମୋଦୀ କହିଛନ୍ତି ଏହି ଅଧିବେଶନ ଏକ ବିକଶିତ ଭାରତର ସନ୍ଧାନକୁ ଆହୁରି ଶକ୍ତିଶାଳୀ କରିବାର ଏକ ସୁଯୋଗ। ବିରୋଧୀ ଦଳକୁ ପରାଜୟର ନିରାଶାକୁ ଦୂର କରି ଦୃଢ଼ ପ୍ରସଙ୍ଗ ଉଠାଇବାକୁ ପଡିବ। ଏହି ଅଧିବେଶନ ପରାଜୟର ହତାଶା କିମ୍ବା ବିଜୟର ଅହଙ୍କାରର କ୍ଷେତ୍ର ହେବା ଉଚିତ୍ ନୁହେଁ। ନୂତନ ପିଢ଼ି ଅଭିଜ୍ଞତାରୁ ଲାଭ ପାଇବା ଉଚିତ ବୋଲି ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁଁ ବହୁତ ଦିନ ଧରି ଚିନ୍ତିତ ଯେ ସମସ୍ତ ଦଳର ସାଂସଦ, ଖାସ୍ କରି ଯେଉଁମାନେ ପ୍ରଥମ ଥର ପାଇଁ ଗୃହକୁ ନିର୍ବାଚିତ ହୋଇଛନ୍ତି କିମ୍ବା ଯେଉଁମାନେ ଯୁବ, ସେମାନେ ବହୁତ ଦୁଃଖିତ। ସେମାନଙ୍କୁ ସେମାନଙ୍କର କ୍ଷମତା ପ୍ରଦର୍ଶନ କରିବାର କିମ୍ବା ସେମାନଙ୍କ ଅଞ୍ଚଳର ସମସ୍ୟା ବିଷୟରେ କହିବାର ସୁଯୋଗ ମିଳୁନାହିଁ। ସେମାନେ ଯେଉଁ ଦଳର ହେଉନା କାହିଁକି, ଆମେ ଆମର ନୂତନ ପିଢ଼ିର ଯୁବ ସାଂସଦମାନଙ୍କୁ ସୁଯୋଗ ଦେବା ଉଚିତ। ତେଣୁ ମୁଁ ଅନୁରୋଧ କରିବି ଯେ ଆମେ ଏହି ଜିନିଷଗୁଡ଼ିକୁ ଗମ୍ଭୀରତାର ସହ ନେବା। ନାଟକ ପାଇଁ ବହୁତ ସ୍ଥାନ ଅଛି, ଯିଏ ଏହା କରିବାକୁ ଚାହୁଁଛି ସେ ଏହା କରିବା ଉଚିତ।”
ଏସଆଇର ସମେତ ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ । ଉଭୟ ଓ ଲୋକସଭା ଓ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧି ରଣନୀତି ପ୍ରସ୍ତୁତ କରିଥିବା ବେଳେ କାଉଣ୍ଟର କରିବାକୁ ପ୍ରସ୍ତୁତ ଶାସକ ଦଳ । ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ସ୍ପଷ୍ଟ କରିଛନ୍ତି ଯେ ଯଦି ଏସଆଇଆର ଉପରେ ଆଲୋଚନା ନହୁଏ ତେବେ ସଂସଦକୁ ଅଚଳ କରିଦିଆଯିବ । ସେପଟେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର ।