ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା

ଭାରତ ଫେରିଲେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ଆକ୍ସିଅମ-୪ ମିଶନରେ ସଫଳତାର ସହ ଅଭିଯାନ ସମ୍ପନ୍ନ କରିଥିବା ଶୁଭାଂଶୁ କୁ ଦିଲ୍ଲୀ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।  ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ସମ୍ଭାବନା ରହିଛି।

ମହାକାଶରେ ତାଙ୍କର ଅନୁଭୂତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ଶୁଭାଂଶୁ। ଆକ୍ସିଅମ ମିଶନରେ ଯାଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହି ଅନେକ ଗବେଷଣା କରିଥିଲେ ଶୁଭାଂଶୁ। ଆଇଏସଏସରୁ ବି ସେ ପ୍ରଧାନମନ୍ତ୍ରୀ ଓ ପରିବାର ସହ କଥା ହୋଇଥିଲେ ଶୁଭାଂଶୁ।

ଆକ୍ସିଅମ୍-୪ ମିଶନର ଅଂଶ ଭାବରେ ମହାକାଶକୁ ଯାଇଥିବା ଦ୍ୱିତୀୟ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆଜି ସକାଳେ ଭାରତ ଫେରିଆସିଛନ୍ତି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ, ଶୁକ୍ଲାଙ୍କୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଅଧ୍ୟକ୍ଷ ଭି ନାରାୟଣନ ସ୍ୱାଗତ କରିଥିଲେ।

Leave a comment