ବିହାରରେ ନିର୍ବାଚନ ପାଖେଇ ଆସୁଛି । କଂଗ୍ରେସ ଦଳ ଭୋଟର ଅଧିକାର ରକ୍ଷା ପାଇଁ ‘ଭୋଟର ଅଧିକାର ଯାତ୍ରା’ ଆରମ୍ଭ କରିଛି । ରାହୁଲ ଗାନ୍ଧୀ ଏଥିରେ ସାମିଲ ହେବେ । ଯାହା ରୋହତାସ ଜିଲ୍ଲାର ସାସାରାମରୁ ଆଜି ଆରମ୍ଭ ହେଉଛି। ଏହି ୧୬ ଦିନିଆ ଯାତ୍ରାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ସମେତ ଇଣ୍ଡି ମେଣ୍ଟର ଶୀର୍ଷ ନେତାମାନେ ଅଂଶଗ୍ରହଣ କରୁଛନ୍ତି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି SIR କୁ ବିରୋଧ । ଭୋଟର ଲିଷ୍ଟରୁ ନାମ କଟିବାକୁ ବିରୋଧ କରୁଛନ୍ତି କଂଗ୍ରେସ, ଆରଜେଡି । ଭୋଟ ଚୋରିର ଅଭିଯୋଗକୁ ବିରୋଧ କରି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା କଂଗ୍ରେସର ଲକ୍ଷ୍ୟ । କଂଗ୍ରେସ ନିର୍ବାଚନ କମିଶନଙ୍କ ଉପରେ ଶାସକ ବିଜେପି ସହିତ ମିଳିମିଶି ଭୋଟର ତାଲିକାରେ ଅନିୟମିତତା କରୁଥିବା ଅଭିଯୋଗ କରିଛି। ଏହି ଯାତ୍ରା ଗରିବ, ଦଳିତ, ପଛୁଆ ବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ରକ୍ଷା ପାଇଁ ଏକ ପ୍ରତିବାଦ ବୋଲି କଂଗ୍ରେସ ଦାବି କରିଛି। ଏହି ଯାତ୍ରା ସେପ୍ଟେମ୍ବର ୧୧ରେ ପାଟଣାର ଗାନ୍ଧୀ ମଇଦାନରେ ଶେଷ ହେବ। ଗତ ଅଗଷ୍ଟ ୧୪ରେ ରାଜ୍ୟରେ ‘ଲୋକତନ୍ତ୍ର ବଚାଓ ମଶାଲ ରାଲି’ ମଧ୍ୟ ପାଳିତ ହୋଇଥିଲା।
Trending
- ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା
- ବିହାରରେ ନିର୍ବାଚନ: ଭୋଟର ଅଧିକାର ଯାତ୍ରା କରୁଛି କଂଗ୍ରେସ
- ଆସୁଛି ଲଘୁଚାପ, ୨୦ ଯାଏଁ ବର୍ଷା
- ୧୨ଟି ନୂଆ ଏନ୍ଏସି ପାଇଁ ଡ୍ରାଫ୍ଟ ନୋଟିସ୍ ଜାରି
- ମୋଦୀଙ୍କ ପାଖରେ କୌଣସି ନୂତନ ଚିନ୍ତାଧାରା ନାହିଁ ଏବଂ ଯୁବକମାନେ କେବଳ ଜୁମଲା ପାଉଛନ୍ତି, ଚାକିରି ନୁହେଁ – ରାହୁଲ ଗାନ୍ଧୀ
- ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଯୁବକଙ୍କ ମୃତ୍ୟୁ
- ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀମାନଙ୍କୁ ଖୋଜି ବାହାର କରିବ ବିଜେପି ସରକାର
- ଆଜି ପବିତ୍ର ଜନ୍ମାଷ୍ଟମୀ,ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହେବ
- ବିଜେପି ଶାସନକୁ ଆସିବା ପରେ ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ଭିତରେ ରହିଯାଇଛି – ଲେନିନ ମହାନ୍ତି
- ଓଡ଼ିଶା ହେବ ଫାର୍ମା ହବ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post