ବିଶ୍ୱକୁ ପୁଣିଥରେ ଘାରିଛି ମାନ୍ଦାବସ୍ଥା ଚିନ୍ତା। ଦୁଇ ଦିନ ତଳେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରେଲ ରିଜର୍ଭ ସୁଧହାର କମାଇବା ସଙ୍କେତ ଦେବା ପରେ ବିଶ୍ଵବ୍ୟାପୀ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା, କିନ୍ତୁ ଶୁକ୍ରବାର ଏହାର ବିପରୀତ ଦେଖିବାକୁ ମିଳିଛି।ଆମେରିକାର ଅଭିବୃଦ୍ଧି ହ୍ରାସ ପାଇବା ଆଶଙ୍କାରେ ୱାଲଷ୍ଟ୍ରିଟ୍ ରେ ଶେୟାର ଗୁଡିକର ଜୋରଦାର ବିକ୍ରୟ ପରେ ଏହାର ପ୍ରଭାବ ଏସିଆର ପ୍ରମୁଖ ବଜାର ଉପରେ ପଡ଼ିଛି। ଫଳରେ ଶୁକ୍ରବାର ଭାରତୀୟ ଶେୟାର ବଜାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ବଜାର ଖୋଲିବା ପରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ସୁଚକାଙ୍କ ତୀବ୍ର ହ୍ରାସ ପାଇଥିଲା।ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସୁଚକାଙ୍କ ସେନସେକ୍ସ ୮୧୪ ପଏଣ୍ଟ ହ୍ରାସ ପାଇ ୮୧,୦୨୬ ସ୍ତରରେ କାରବାର କରୁଥିବା ବେଳେ ନିଫ୍ଟି ୫୦ ୨୮୨ ପଏଣ୍ଟ ହ୍ରାସ ପାଇ ୨୪,୭୨୮ ପଏଣ୍ଟରେ କାରବାର କରୁଛି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post