ହଟିବ ୯ଲକ୍ଷ ପୁରୁଣା ସରକାରୀ ଗାଡ଼ି

ହଟିବ ୯ଲକ୍ଷ ପୁରୁଣା ସରକାରୀ ଗାଡ଼ି  । ଏପ୍ରିଲ ମାସରୁ ହଟିବ ୯ଲକ୍ଷ ପୁରୁଣା ସରକାରୀ ଗାଡ଼ି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି । ଏପ୍ରିଲ ୧ରୁ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ିକୁ ହଟାଯିବ । ଏହା ବଦଳରେ ନୂଆ ଗାଡ଼ି ଅଣାଯିବ । ଇଥାନଲ, ମିଥାନଲ, ବାୟୋ-ସିଏନଜି, ବାୟୋ-ଏଲଏନଜି ଏବଂ ଇଲେକ୍ଟ୍ରିକ ଯାନର ଅଧିକ ବ୍ୟବହାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି ହଟିବା ଦ୍ୱାରା ପ୍ରଦୂଷଣ ହ୍ରାସ ପାଇବ ବୋଲି ନୀତିନ ଗଡ଼କରୀ କହିଛନ୍ତି ।