ଆଜିକାଲିର ଯୁବପୀଢ଼ିଙ୍କ ପାଇଁ ସେଲଫି ଏକ ଫେସନରେ ପରିଣତ ହୋଇଗଲାଣି । ସେଲଫି ନେବାର ମୌକା କେହି ଛାଡ଼ିବାକୁ ନାରାଜ । ପିକନିକ, ବିବାହ ପାର୍ଟି, ଉତ୍ସବମାନଙ୍କରେ ସତେ ଯେମିତି ସେଲଫି ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥାଏ । ତେବେ ସେଲଫିର କୁପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ । ସାମାନ୍ୟ ଫଟୋ ହେଲେ ବି ଏହାଦ୍ୱାରା ଆପଣ ବହୁ ବଡ଼ ବଡ଼ ସମସ୍ୟାରେ ପଡ଼ିପାରନ୍ତି । ସେଲଫି ଦ୍ୱାରା ଆପଣମାନଙ୍କର ଅନେକ କ୍ଷତି ଘଟିଥିବାର ସମ୍ଭାବନା ରହିଛି ।ସେଲଫି ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେବା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ମାତ୍ର ଏକଥା ସତ୍ୟ ଅଟେ । ଯଦି ଆପଣ ଦୁଇ ବାହୁ ପ୍ରସାରିତ କରି, ହାତ ଗୋଡ଼ ବଙ୍କା କରି, ଉଚ୍ଚ ଅଟ୍ଟାଳିକାର ଧାରରେ ଠିଆହାଇ, ଚଳନ୍ତା ଯାନ ଉପରେ ବସି, ପାହାଡ଼ର ପ୍ରାନ୍ତରେ ସେଲଫି ନେଉଥାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ସାମାନ୍ୟ ନିୟନ୍ତ୍ରଣ ହରାଇଲେ ଆପଣଙ୍କ ଶରୀରରେ ଗଭୀର ଚୋଟ ଲାଗିବା ସହ ଜୀବନ ବି ଚାଲିଯାଇପାରେ । ସେଥିପାଇଁ ଫିଜିଓଥେରାପିଷ୍ଟ ଓ ଡାକ୍ତରମାନେ ଏଭଳି ମୁଦ୍ରାରେ ସେଲଫି ନ ନେବାକୁ ପରାମର୍ଶ ଦେଇଥାନ୍ତି ।ଅଧିକାଂଶ ଯୁବପୀଢ଼ି ଟିକିଏ ପ୍ରଶଂସା ପାଇବା ପାଇଁ ସେଲଫି ମାୟାରେ ବାୟା ହେଉଥିବା ଦେଖାଯାଉଛି । ଡାକ୍ତରଙ୍କ ମତରେ, ‘ଆମେମାନେ ଏଭଳି ଏକ ଯୁଗରେ ବାସ କରୁଛେ, ଯେଉଁଠାରେ ମୋବାଇଲ ଆମ ଜୀବନର ଅନିବାର୍ଯ୍ୟ ଅଙ୍ଗ ହୋଇପଡ଼ିଛି । ଯଦିଓ ମୋବାଇଲ ଆମର ଜୀବନକୁ ସହଜ କରିଦେଇଛି, ତଥାପି ଆମେମାନେ ଏହାର ସୀମାକୁ ଅତିକ୍ରମ କରିବା ଅନୁଚିତ ।’ ଅର୍ଥାତ ମୋବାଇଲର ମାତ୍ରାଧିକ ଦୁରୂପଯୋଗ ହିଁ ଅନେକଙ୍କ ଜୀବନହାନୀର କାରଣ ସାଜୁଛି । ବିଶେଷଜ୍ଞଙ୍କ ମତରେ, ସେଲଫି ନେବା ଫଳରେ ଆମର ଉଭୟ ଶାରୀରିକ ଓ ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post