ଆଜିକାଲିର ଯୁବପୀଢ଼ିଙ୍କ ପାଇଁ ସେଲଫି ଏକ ଫେସନରେ ପରିଣତ ହୋଇଗଲାଣି । ସେଲଫି ନେବାର ମୌକା କେହି ଛାଡ଼ିବାକୁ ନାରାଜ । ପିକନିକ, ବିବାହ ପାର୍ଟି, ଉତ୍ସବମାନଙ୍କରେ ସତେ ଯେମିତି ସେଲଫି ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥାଏ । ତେବେ ସେଲଫିର କୁପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ । ସାମାନ୍ୟ ଫଟୋ ହେଲେ ବି ଏହାଦ୍ୱାରା ଆପଣ ବହୁ ବଡ଼ ବଡ଼ ସମସ୍ୟାରେ ପଡ଼ିପାରନ୍ତି । ସେଲଫି ଦ୍ୱାରା ଆପଣମାନଙ୍କର ଅନେକ କ୍ଷତି ଘଟିଥିବାର ସମ୍ଭାବନା ରହିଛି ।ସେଲଫି ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେବା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ମାତ୍ର ଏକଥା ସତ୍ୟ ଅଟେ । ଯଦି ଆପଣ ଦୁଇ ବାହୁ ପ୍ରସାରିତ କରି, ହାତ ଗୋଡ଼ ବଙ୍କା କରି, ଉଚ୍ଚ ଅଟ୍ଟାଳିକାର ଧାରରେ ଠିଆହାଇ, ଚଳନ୍ତା ଯାନ ଉପରେ ବସି, ପାହାଡ଼ର ପ୍ରାନ୍ତରେ ସେଲଫି ନେଉଥାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ସାମାନ୍ୟ ନିୟନ୍ତ୍ରଣ ହରାଇଲେ ଆପଣଙ୍କ ଶରୀରରେ ଗଭୀର ଚୋଟ ଲାଗିବା ସହ ଜୀବନ ବି ଚାଲିଯାଇପାରେ । ସେଥିପାଇଁ ଫିଜିଓଥେରାପିଷ୍ଟ ଓ ଡାକ୍ତରମାନେ ଏଭଳି ମୁଦ୍ରାରେ ସେଲଫି ନ ନେବାକୁ ପରାମର୍ଶ ଦେଇଥାନ୍ତି ।ଅଧିକାଂଶ ଯୁବପୀଢ଼ି ଟିକିଏ ପ୍ରଶଂସା ପାଇବା ପାଇଁ ସେଲଫି ମାୟାରେ ବାୟା ହେଉଥିବା ଦେଖାଯାଉଛି । ଡାକ୍ତରଙ୍କ ମତରେ, ‘ଆମେମାନେ ଏଭଳି ଏକ ଯୁଗରେ ବାସ କରୁଛେ, ଯେଉଁଠାରେ ମୋବାଇଲ ଆମ ଜୀବନର ଅନିବାର୍ଯ୍ୟ ଅଙ୍ଗ ହୋଇପଡ଼ିଛି । ଯଦିଓ ମୋବାଇଲ ଆମର ଜୀବନକୁ ସହଜ କରିଦେଇଛି, ତଥାପି ଆମେମାନେ ଏହାର ସୀମାକୁ ଅତିକ୍ରମ କରିବା ଅନୁଚିତ ।’ ଅର୍ଥାତ ମୋବାଇଲର ମାତ୍ରାଧିକ ଦୁରୂପଯୋଗ ହିଁ ଅନେକଙ୍କ ଜୀବନହାନୀର କାରଣ ସାଜୁଛି । ବିଶେଷଜ୍ଞଙ୍କ ମତରେ, ସେଲଫି ନେବା ଫଳରେ ଆମର ଉଭୟ ଶାରୀରିକ ଓ ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post