ବର୍ତ୍ତମାନ ସମୟରେ ଖରାପ ଲାଇଫ୍ ଷ୍ଟାଇଲ ଯୋଗୁ ଆମ ବିଶ୍ୱରେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖିବା ପାଇଁ ମିଳୁଛି । ଏତେ ସବୁ ସମସ୍ୟା ମଧ୍ୟରେ ‘ସିଜୋଫ୍ରେନିଆ ’ ଏକ ଭିନ୍ନ ସମସ୍ୟା ଭାବେ ସାମ୍ନାକୁ ଆସୁଛି । ତାହେଲେ ଆସନ୍ତୁ ଏହି ସମସ୍ୟା କଣ ହୋଇଥାଏ ଜାଣିବା । ‘ସିଜୋଫ୍ରେନିଆ ’ ଏକ ମାନସିକ ସମସ୍ୟା । ଏହି ରୋଗରେ ପିଡିତ ଲୋକମାନଙ୍କୁ ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ କାମ କରିବାରେ ଅନେକ ସମସ୍ୟାର ସାମ୍ନା କରିବା ପାଇଁ ପଡିଥାଏ । ‘ସିଜୋଫ୍ରେନିଆ ’ ଡିଜଅର୍ଡର ଏକ ବଡ ସମସ୍ୟା ବୋଲି କୁହାଯାଏ ଏବଂ ଏହି ସମସ୍ୟାରେ ବିଶ୍ୱରେ ପ୍ରାୟ ୨୦ ଲକ୍ଷ ଲୋକ ପିଡିତ ଅଛନ୍ତି । ପ୍ରାୟତଃ ଟିନ୍ଏଜ୍ ବୟସର ପିଲାମାନେ ଏହି ଡିଜଅର୍ଡରର ସମ୍ମୁଖୀନ ହୋଇଥାନ୍ତି ।ସ୍କିଜୋଫ୍ରେନିଆ’ରେ ପିଡିତ ଲୋକମାନଙ୍କୁ ସଠିକ୍ ଭାବେ ଏହି ବିଷୟରେ ନଜଣାଇବା କାରଣରୁ କିଛି ଲୋକ ଏହାକୁ ନେଇ ଅନ୍ଧବିଶ୍ୱାସରେ ବିଶ୍ୱାସ କରିଥାନ୍ତି । ହେଲେ ଏହା ଏକ ମାନସିକ ଡିଜଅର୍ଡର ହୋଇଥାଏ ଏବଂ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଖୁସିର ମାହୋଲରେ ରହିବା, ଥେରାପି ଓ ମେଡିସିନ୍ ଦ୍ୱାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ । ତେବେ ସମୟ ମଧ୍ୟରେ ଏହି ରୋଗର ଲକ୍ଷଣ ଚିହ୍ନିବା ସହ ଚିକିତ୍ସା ମଧ୍ୟ ଜରୁରୀ ହୋଇଥାଏ ।ସିଜୋଫ୍ରେନିଆ ’ ସମସ୍ୟାରେ ପିଡିତ ଯଦି ଏକ ପିଲା ହୋଇଥାଏ, ତାହେଲେ ତା ମଧ୍ୟରେ ଏହି ଲକ୍ଷଣ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ । କାରଣ କିଛି ଲୋକ ଏହାକୁ ପିଲାଙ୍କ ବୟସ ଯୋଗୁ ଏପରି ସମସ୍ୟା ହୋଇଥାଏ ବୋଲି ଭାବିଥାନ୍ତି । ଏହି ସମସ୍ୟାରେ ପିଡିତ ବ୍ୟକ୍ତି, ସେ ପୁଅ ହେଉ କିମ୍ବା ଝିଅ ସମାଜରୁ ଦୂରେଇବା ପାଇଁ ଲାଗିଥାଏ । ଏହାସହ ସେହି ଲୋକମାନେ ଅନ୍ୟାନ୍ୟ ଲୋକଙ୍କ ପ୍ରତି ସେମାନଙ୍କ ବ୍ୟବହାର ବଦଳିବା ମଧ୍ୟ ଆରମ୍ଭ କରିଥାଏ । ଏହା ବ୍ୟତୀତ ସେହି ଲୋକ ଛୋଟ ଛୋଟ କଥାରେ ସନ୍ଦେହ କରିଥାଏ ଏବଂ ଏକୁଟିଆ ଥିବା ବେଳେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରିଥାଏ ।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Prev Post