ରାତିରେ ୭ ରୁ ୮ ଘଣ୍ଟା ଶୋଇବା ପରେ ମଧ୍ୟ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ । ଦିନସାରା ଆମ ବଡିରେ କେତେ ଏନର୍ଜି ରହିବ ତାହା ଆମ ଖାଦ୍ୟ ଉପରେ ନିର୍ଭର କରିଥାଏ । ଆମ ଖାଦ୍ୟରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଅଛି ଯାହା ଶରୀରରେ ମେଟାବୋଲିଜିମ୍ ବଢାଇ ଥାଏ ଏବଂ ଶକ୍ତି ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ଶରୀରରେ କୌଣସି ପୋଷକ ତତ୍ତ୍ୱର ଅଭାବ ଥାଏ, ସେତେବେଳେ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ସୂଚନା ଅନୁସାରେ,ଡକ୍ତର ଆୟୁଷ ଯାଦବ କହିଛନ୍ତି ଯେ ଥକାପଣର କାରଣ କେତେକ ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଏହି ସମ୍ଭନ୍ଧୀୟ କିଛି କଥା ଜଣାଇବୁ ।ଭିଟାମିନ୍ ବି ୧୨ ଆମ ଶରୀରରେ ଏନର୍ଜି ପ୍ରଡକ୍ସନ୍ କରାଇବା ସହ ରେଡ୍ ବ୍ଲଡ୍ ସ୍ଲେସ୍ ମଧ୍ୟ ଯୋଗାଇ ଥାଏ । ଯଦି ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ ହୁଏ, ତେବେ ଥକାପଣ ଏବଂ ଦୁର୍ବଳ ଲାଗିଥାଏ ।ଭିଟାମିନ୍ ଡି ଶରୀରରେ ଶକ୍ତି ଉତ୍ପାଦନ ଏବଂ ମାଂସପେଶୀକୁ କାର୍ଯ୍ୟରେ ଲଗାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଏହି ପୋଷକ ତତ୍ତ୍ୱର ଅଭାବରୁ ଥକାପଣ ଏବଂ ମାଂସପେଶୀ ଦୁର୍ବଳ ହୋଇପାରେ ।ଶରୀରର କୋଷ ମଧ୍ୟରେ ଅକ୍ସିଜନ୍ ଦେବା ପାଇଁ ଆଇରନ୍ ଅନେକ ସାହାଯ୍ୟ କରିଥାଏ । ଆମ ଶରୀରରେ ଏହାର ଅଭାବ ଯୋଗୁ ଏନିମିୟା ଥପାପଣ ଭଳି ରୋଗ ହୋଇପାରେ । ଏହି ଅଭାବକୁ ଦୂର କରିବା ପାଇଁ, ରେଡ୍ ମିଟ୍, ବିନ୍ସ, ମସୁର ଡାଲି, ପାଳଙ୍ଗ ଏବଂ ଫେଟିଫାଇଡ୍ ଖାଦ୍ୟ ସେବନ କରିବା ଉଚିତ ।ଭିଟାମିନ୍ ସି ଆମ ଶରୀରକୁ ଶକ୍ତି ପ୍ରଦାନ କରିବାରେ ଅନେକ ସାହାଯ୍ୟ କରିଥାଏ । ଯଦି ଏହି ପୋଷକ ତତ୍ତ୍ୱର ଅଭାବ ଥାଏ ତେବେ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ ହେବା ସାଧାରଣ କଥା ହୋଇଥାଏ । ତେବେ ଶରୀରରେ ଏହି ଅଭାବକୁ ପୂରା କରିବା ପାଇଁ ଆପଣ ଖଟା ଫଳ, ଷ୍ଟ୍ରବେରି, କିୱି, କ୍ୟାପ୍ସିକମ୍ ଏବଂ ଶାଗ ଖାଇବା ଉଚିତ୍ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା