ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ଭୟଙ୍କର ରୋଗ। ଲୁଣ ଏପରି ଏକ ଦ୍ରବ୍ୟ ଯାହା ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଷେଇ ଘରେ ଏହା ବ୍ୟବହାର ହୋଇଥାଏ । ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ । ତେବେ କିଛି ଲୋକ ଅତ୍ୟଧିକ ମାତ୍ରାରେ ଲୁଣ ଖାଇଥାନ୍ତି । ସେମାନଙ୍କ ପକ୍ଷରେ ବିନା ଲୁଣରେ କୌଣସି ଖାଦ୍ୟ ଖାଇବା ଅସମ୍ଭବ ହୋଇଯାଇଥାଏ । ଯଦି ଆପଣ ମାତ୍ରାଧିକ ଲୁଣର ସେବନ କରୁଛନ୍ତି ।ତେବେ ଆପଣ ଏବେଠୁ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ବଡ଼ ସମସ୍ୟାରେ ପକାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ମେଡିକାଲ କ୍ଷେତ୍ରରେ ଲୁଣକୁ ଆବଶ୍ୟକଠାରୁ ଅଧିକ ଖାଇବା ପାଇଁ ମନା କରାଯାଇଥାଏ । କାରଣ ଲୁଣ ସେବନ ଦ୍ୱାରା ଆପଣ ଅନେକ ବଡ଼ ବଡ଼ ରୋଗର ବଶବର୍ତ୍ତୀ ହୋଇଥାନ୍ତି । ସେଥିରୁ ମୁଖ୍ୟ ହେଉଛି ଉଚ୍ଚ ରକ୍ତଚାପ । ମାତ୍ରାଧିକ ଲୁଣ ସେବନ ଦ୍ୱାରା ପ୍ରଥମେ ଏହି ରୋଗ ହିଁ ମଣିଷକୁ ସଂକ୍ରମଣ କରିଥାଏ ।ଶରୀର ଠିକ ଭାବରେ କାର୍ୟ୍ୟକ୍ଷମ ହେବା ପାଇଁ ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଏହାର ମାତ୍ରାଧିକ ସେବନ ହୃଦରୋଗ, ରକ୍ତଚାପ, ଷ୍ଟ୍ରୋକ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ ।
Trending
- କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିର ପ୍ରବେଶ କରି ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
Prev Post