ବର୍ତ୍ତମାନ ସମୟରେ ଖରାପ ଅଭ୍ୟାସ ଓ କାମର ପ୍ରଭାବରେ ସଭିଏଁ ଚିନ୍ତାଗ୍ରସ୍ତ ରହିଥାଆନ୍ତି। ଫଳରେ ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ। ଏହାସହ କୋଲେଷ୍ଟେରୋଲ୍ ମଧ୍ୟ ବୃଦ୍ଧି ହୋଇଥାଏ। ଏକ ସରଳ ଉପାୟ ଦ୍ୱାରା ମାରାତ୍ମକ ରୋଗରୁ ରକ୍ଷା ପାଇବା ସହ ସୁସ୍ଥ ରହି ପାରିବେ। ଜାଣନ୍ତୁ..
ସୁସ୍ଥ ରହିବା ପାଇଁ ମନ ଖୋଲା ହସନ୍ତୁ।
ନିୟମିତ ମନ ଖୋଲା ହସିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ଏହାର କାରଣ ହେଉଛି ମନଖୋଲା ହସିବା ଦ୍ୱାରା ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇବା ସହ ପ୍ରତ୍ୟେକ ସ୍ଥାନକୁ ସଠିକ୍ ପରିମାଣରେ ଅମ୍ଳଜାନ ପହଞ୍ଚିଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ଫଳରେ ଶରୀରକୁ ରୋଗରୁ ରକ୍ଷା କରିଥାଏ। ବାରମ୍ବାର ରୋଗରେ ନପଡିବା ପାଇଁ ମନ ଖୋଲା ହସନ୍ତୁ।
ମନ ଖୋଲା ହସିବା ଦ୍ୱାରା ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଖୁବ କମ୍ ଥାଏ। ହସିବା ସମୟରେ ଗଭୀର ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇଥାଆନ୍ତି। ଯାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିଥାଏ। ଏହାଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ହୃଦୟ ଜନିତ ରୋଗ ହେବାର ମଧ୍ୟ ସମ୍ଭାବନା ଖୁବ୍ କମ୍ ଥାଏ।
ମନ ଖୋଲା ହସିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ। କାରଣ ହସିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇ ମନ ସୁସ୍ଥ ରହେ। ହୃଦୟ ଉପରେ କୁପ୍ରଭାବ ପଡେ ନାହିଁ। ରକ୍ତଚାପ ନିୟନ୍ତ୍ରଣରେ ରହେ। ଉଚ୍ଚ ରକ୍ତଚାପ ରୋଗୀ ମନ ଖୋଲା ହସନ୍ତୁ।
ହସିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ୍ ହୋଇଥାଏ। ଚିନ୍ତା କମ୍ ହେବା ଦ୍ୱାରା ଶରୀରରେ କର୍ଟିସୋଲ୍ ହରମୋନ୍ ମଧ୍ୟ କମ ହୋଇଥାଏ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post