ଫାଲଗୁନ ମାସରେ ଆପଣାନ୍ତୁ ଏହି ଉପାୟ

#falgun motha # ladu gopal

ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :

ଆଜିଠୁ ଆରମ୍ଭ ହୋଇ ଯାଇଛି ଫାଲଗୁନ ମାସ। ଏହି ମାସକୁ ଆନନ୍ଦ ଏବଂ ଉଲ୍ଲାସର ମାସ କୁହାଯାଏ। ଫାଲଗୁନ ମାସ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ରହିବ। ଏହି ମାସରୁ ଧୀରେ ଧୀରେ ଗ୍ରୀଷ୍ମର ସ୍ପର୍ଶ ଆରମ୍ଭ ହେବାକୁ ଲାଗିଥାଏ। ଏଥି ସହିତ ବସନ୍ତ ଋତୁର ପ୍ରଭାବ ହେତୁ ଏହି ମାସରେ ପ୍ରେମ ସମ୍ପର୍କ ବଢ଼ିଥାଏ। ବସନ୍ତ ଆଗମନରେ ପ୍ରେମର ଆଗମନ ହୋଇଥାଏ। ଆସନ୍ତୁ ଜାଣିବା କି, ଫାଲଗୁନ ମାସରେ କ’ଣ କଲେ ମାସଟି ଭଲରେ କଟିଥାଏ।


ଫାଲଗୁନ ମାସରେ ଏହି ସବୁ କଥା ଉପରେ ରଖନ୍ତୁ ଧ୍ୟାନ..
ଫାଲଗୁନ ମାସରେ ଶୀତଳ କିମ୍ବା ସାମାନ୍ୟ ପାଣିରେ ସ୍ନାନ କରିବା ବହୁତ ଭଲ ହୋଇଥାଏ। ଭୋଜନରେ ଶସ୍ୟର ବ୍ୟବହାର ଯେତେ କମ୍ କରିବା ଭଲ। ଅଧିକରୁ ଅଧିକ ଫଳ ସେବନ କରିବା ଉଚିତ୍। ଏଥି ସହିତ ଏହି ମାସରେ ରଙ୍ଗିନ୍ ଏବଂ ସୁନ୍ଦର ବସ୍ତ୍ର ପିନ୍ଧିବା ଉଚିତ୍। ନିୟମିତ ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା, ଆରାଧନା କରିବା ଉଚିତ୍। ପୂଜାରେ ବହୁ ପରିମାଣରେ ଫୁଲ ବ୍ୟବହାର କରନ୍ତୁ। ଏତଦ୍ ବ୍ୟତୀତ ଏହି ମାସରେ ମାଛ, ମାଂସ ଏବଂ ନିଶାଦ୍ରବ୍ୟ ସେବନଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ।
ଫାଲଗୁନ ମାସର ବିଶେଷ ଉପାୟ
ଯଦି ଆପଣ କ୍ରୋଧି କିମ୍ବା ଚିଡ଼ିଚିଡ଼ା ସ୍ୱଭାବର, ତେବେ ପୂରା ମାସ ସାରା ଭଗବାନ ଶ୍ରୀକୃଷ୍ଣଙ୍କୁ ଉପାସନା କରନ୍ତୁ ଏବଂ ତାଙ୍କୁ ଅବିର ଅର୍ପଣ କରନ୍ତୁ। ଏଥି ସହିତ ଯଦି ଉଦାସୀନ ରହୁ ଥାଆନ୍ତି, ତା’ ହେଲେ ଜଳରେ ଚନ୍ଦନ ମିଶାଇ ପ୍ରତିଦିନ ସ୍ନାନ କରନ୍ତୁ। ଏହା ବ୍ୟତୀତ ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ବି ପ୍ରକାରର ସମସ୍ୟା ଥାଏ, ତ ପୂରା ମାସଟା ଯାକ ଭଗବାନ ଶିବଙ୍କୁ ଧଳା ଚନ୍ଦନ ଅର୍ପଣ କରନ୍ତୁ। ସେପଟେ ଯଦି କୌଣସି ପ୍ରକାରର ଆର୍ଥିକ ସମସ୍ୟା ଥାଏ, ତା’ ହେଲେ ମାସ ସାରା ମା’ ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ କିମ୍ବା ଅତର ଅର୍ପଣ କରନ୍ତୁ।


ଶ୍ରୀକୃଷ୍ଣଙ୍କର ୩ ସ୍ୱରୂପକୁ ପୂଜା କରନ୍ତୁ
ଫାଲଗୁନ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା, ଉପାସନା ବିଶେଷ ଫଳପ୍ରଦୀ ହୋଇଥାଏ। ଏହି ମାସରେ କୃଷ୍ଣଙ୍କ ବାଲ୍ୟ, ଯୁବା ଏବଂ ଗୁରୁ, ଏହି ୩ଟି ସ୍ୱରୂପକୁ ଉପାସନା କରିବାର ନିୟମ ରହିଛି। ଏଥି ସହିତ ଏହି ମାସରେ ସନ୍ତାନ ପ୍ରାପ୍ତି ପାଇଁ ଶ୍ରୀକୃଷ୍ଣଙ୍କ ବାଲ୍ୟ ସ୍ୱରୁପକୁ ଅବଶ୍ୟ ପୂଜା କରିବା ଉଚିତ୍। ସେହିପରି ପ୍ରେମ ଏବଂ ଆନନ୍ଦ ପ୍ରାପ୍ତି ପାଇଁ ଶ୍ରୀକୃଷ୍ଣଙ୍କ ଯୁବା ରୂପକୁ ପୂଜା କରିବା ଉଚିତ୍। ଏତଦ୍ ବ୍ୟତୀତ ଜ୍ଞାନ ପ୍ରାପ୍ତ କରିବା ପାଇଁ ଗୁରୁ କୃଷ୍ଣଙ୍କୁ ନିଶ୍ଚୟ ଉପାସନା କରନ୍ତୁ। ଫାଲଗୁନ ମାସରେ ଏହି ସବୁ ବିଧି ବିଧାନକୁ ନିଷ୍ଠାର ସହିତ ପାଳନ କଲେ ପୂରା ମାସ ଭଲରେ କଟିଥାଏ।