ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଲାଗେ ଅଧିକ ଥଣ୍ଡା
ଶୀତରୁ ରକ୍ଷା ପାଇବା ପାଇଁ ଆମେ ଗରମ ପୋଷାକ ପରିଧାନ କରିବା ସହ ବିଭିନ୍ନ ପ୍ରକାର ଗରମ ଚିକିତ୍ସା ମଧ୍ୟ କରିଥାନ୍ତି । ତେବେଆପଣମାନେ ଜାଣିଛନ୍ତି କି ଏହି ଶୀତଦିନରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଥଣ୍ଡା ଲାଗିଥାଏ । ଯେଉଁ କାରଣରୁ ସେମାନେ ଶୀତଦିନରେ ନିଜକୁ ସର୍ବଦା ଶୀତବସ୍ତ୍ରରେ ଢାଙ୍କି ରଖିବା ସହ ନିଜ ସ୍ୱାସ୍ଥ୍ୟର ମଧ୍ୟ ବିଶେଷ ଧ୍ୟାନ ରଖିଥାନ୍ତି । ତେବେ ମହିଳାମାନଙ୍କୁ ଅଧିକ ଶୀତ ଲାଗିବାର କିଛି କାରଣ ମଧ୍ୟ ରହିଛି । ଯାହା ଜଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ମହିଳାମାନଙ୍କୁ ଶୀତଦିନରେ ପୁରୁଷମାନଙ୍କ ଅପେକ୍ଷା କାହିଁକି ଅଧିକ ଥଣ୍ଡା ଲାଗିଥାଏ ।
ଏହି କାରଣରୁ ମହିଳାମାନଙ୍କୁ ଅଧିକ ଥଣ୍ଡା ଲାଗେ:
ମେଟାବୋଲିଜିମ୍: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ଶୀତ ଲାଗିବାର କିଛି କାରଣ ରହିଛି । ଯେଉଁଥିରୁ ଗୋଟିଏ କାରଣ ହେଉଛି ସେମାନଙ୍କ ଶରୀରରେ ଥିବା ମେଟାବୋଲିଜମ୍ । ତେବେ ଏହି ମେଟାବୋଲିଜିମର କାମ ହେଉଛି ଶରୀରରେ ଉର୍ଜାର ସ୍ତରକୁ ନିନ୍ତ୍ରଣରେ ରଖିବା । ଯେତେବେଳେ ଏହି ଉର୍ଜାର ସ୍ତର ଶରୀରରେ ଭରପୁତ ମାତ୍ରାରେ ରହେ ସେତେବେଳେ ମଣିଷକୁ ଶୀଘ୍ର ଥଣ୍ଡା ଲାଗି ନଥାଏ । ଏଥିସହିତ ଶରୀର ଫୁର୍ତ୍ତି ରୁହେ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ ନିକଟରେ ଏହି ମେଟାବୋଲିଜିମ ସ୍ତରର ମାତ୍ରା କମ ପରିମାଣରେ ଥାଏ । ଫଳରେ ସେମାନଙ୍କୁ ପୁରୁଷମାନଙ୍କ ତୁଳନା ଅଧିକ ଥଣ୍ଡା ଲାଗେ ।