ଦକ୍ଷିଣ ଦିଗ,ମୁଖ୍ୟ କବାଟ ଉପରେ ଘଣ୍ଟା ରଖୁଛନ୍ତି କି? 

ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଘରେ ସଠିକ୍‌‌ ଦିଗରେ ଘଣ୍ଟା ରଖିଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ବାସ୍ତୁ ଅନୁଯାୟୀ, ଘରେ କିମ୍ବା କାର୍ଯ୍ୟାଳୟରେ ଦକ୍ଷିଣ ଦିଗରେ ଆଦୌ ଘଣ୍ଟା ରଖନ୍ତୁ ନାହିଁ। ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗ ମୃତ୍ୟୁଙ୍କ ଦେବତାଙ୍କ ଦିଗ ବୋଲି କୁହାଯାଏ। ଏପରି କୁହାଯାଏ ବ୍ୟବସାୟ ସ୍ଥଳରେ ଏହି ଦିଗରେ ଘଣ୍ଟା ରଖିବା ଦ୍ୱାରା ବ୍ୟବସାୟରେ ବାଧା ସୃଷ୍ଟି ହେବା ସହ ଉନ୍ନତିରେ ସମସ୍ୟା ଦେଖାଦିଏ। ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଦକ୍ଷିଣ ଦିଗ ବ୍ୟତୀତ ଘରର ମୁଖ୍ୟ ଦରଜା ଉପରେ ମଧ୍ୟ ଘଣ୍ଟା ରଖିବା ଉଚିତ ନୁହେଁ। ବାସ୍ତୁ ଅନୁଯାୟୀ, ଦରଜା ଉପରେ ଘଣ୍ଟା ରଖିବା ଉଚିତ ନୁହେଁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି, ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ। ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ।