ଆଜିକାଲି ଲୋକମାନେ କର୍ମବ୍ୟସ୍ତତା କାରଣରୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛନ୍ତି । ଫଳରେ ସେମାନଙ୍କ କ୍ଷେତ୍ରରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି Vitamin D । ସୂର୍ଯ୍ୟ କିରଣ, ମାଛ, କ୍ଷୀର, କମଳା, Cod Liver Oil ଇତ୍ୟାଦିରେ Vitamin D ର ମାତ୍ରା ଅଧିକ ଥାଏ । ମୁଡ୍ ସ୍ୱିଙ୍ଗ୍, ମାଂସପେଶୀରେ ଯନ୍ତ୍ରଣା, ଡିପ୍ରେସନ୍, ବିଳମ୍ବରେ ଘା’ ଠିକ୍ ହେବା, ହାଡ଼ ଦୁର୍ବଳ ହେବା ପରି ଲକ୍ଷଣ ଦେଖାଦେଇଥାଏ । Vitamin D ର ଅଭାବ ଯୋଗୁଁ ପିଲାମାନେ ରିକେଟ୍ସ(Rickets)ର ଶିକାର ହୋଇଥାନ୍ତି । ସେହିପରି ବୟସ୍କ ଲୋକମାନଙ୍କ କ୍ଷେତ୍ରରେ Osteomalaciaର ଲକ୍ଷଣ ଦେଖା ଦେଇଥାଏ । ଏହି ଦୁଇଟି ସ୍ଥିତିରେ ହାଡ଼ ନରମ ହେବା ସହ ଦୁର୍ବଳ ହୋଇଥାଏ ।
ତେବେ ଶରୀରରେ ଏପରି କିଛି ଲକ୍ଷଣ ଦିଏ ଯାହା Vitamin Dର ଅଭାବକୁ ସୂଚାଇଥାଏ ।
୧. ଆପଣଙ୍କ ତ୍ୱଚା ହଳଦିଆ କିମ୍ବା ଶୁଖିଲା ଦେଖାଗଲେ ଶରୀରରେ Vitamin Dର ଅଭାବ ରହିଛି ବୋଲି ଜାଣିବେ ।