ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପରୁ ଯଦି ପାଣି ସବୁବେଳେ ଟପ୍ ଟପ୍ ହୋଇ ପଡେ, ତେବେ ବାସ୍ତୁ ହିସାବରେ ଏହା ଅଶୁଭ ବୋଲି ବିବେଚନା କରାଯାଏ । ଘରେ ସିଙ୍କ କିମ୍ବା ବାଥରୁମ ଟ୍ୟାପ ଏବଂ ଟାଙ୍କିକୁ ବନ୍ଦ କରିବା ପରେ ମଧ୍ୟ ବୁନ୍ଦା ବୁନ୍ଦା ହୋଇ ପାଣି ପଡ଼ିବା ଦ୍ୱାରା ନକାରାତ୍ମକ ଶକ୍ତି ଜାତ ହୋଇଥାଏ । ଏଭଳି ପରିସ୍ଥିତିରେ ଜଳ ନଷ୍ଟ କରିବା କିମ୍ବା ପ୍ରବାହିତ କରିବା ଭଲ ନୁହେଁ । ବାସ୍ତୁ ଅନୁଯାୟୀ, ଯେଉଁ ଘରେ ଟ୍ୟାପରୁ ପାଣି ଟପ୍ ଟପ୍ ହୋଇ ସବୁବେଳେ ପଡ଼ିଥାଏ, ସେଠାର ଅଯଥା ଖର୍ଚ୍ଚ ଅଧିକ ହୋଇଥାଏ ।ବାସ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଆପଣଙ୍କ ଘରେ କୌଣସି ସ୍ଥାନରେ ଟ୍ୟାପରୁ ସବୁବେଳେଟପ୍ ଟପ୍ ହୋଇ ପାଣି ବାହାରୁଛି, ତେବେ ଏହା ଅଯଥା ଖର୍ଚ୍ଚ ବୋଲି ଜାଣିରଖନ୍ତୁ । ଏଥିରେ ଯଦି ରୋଷେଇ ଘରର ନଳ ରହିଛି, ତେବେ ଏହା ଅଶୁଭ ବୋଲି କୁହାଯାଏ । କୁହାଯାଏ କି, ରୋଷେଇ ଘରେ ଅଗ୍ନିର ବାସ ହୋଇଥାଏ । ଏପରି ପରିସ୍ଥିତିରେ ପାଣିର ବୁନ୍ଦା ପଡ଼ିବା ଅର୍ଥାତ୍ ଅଗ୍ନି ଓ ପାଣି ଏକାଠି ହେବ । ବାସ୍ତୁ ଅନୁସାରେ, ଏହି ୨ଟିର ମିଶ୍ରଣ ଯୋଗୁଁ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post