ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା ହେଉଛି ଝାଡ଼ାବାନ୍ତି। ଦୂଷିତ ପାଣି ଏହାର ମୁଖ୍ୟ କାରଣ। ତେଣୁ ବର୍ଷା ଦିନେ ପାଣିକୁ ଭଲ ଭାବରେ ଫୁଟାଇ ତାହାକୁ ଥଣ୍ଡା କରି ପିଇବା ଦରକାର। ସାଧାରଣତଃ ବର୍ଷାଦିନେ, ଅସାବଧାନତାବଶତଃ ଦୂଷିତ ଜଳ, ମାଛି ବସିଥିବା ଖାଦ୍ୟ, ବାସିଖାଦ୍ୟ ଆଦି ଖାଇବା ଯୋଗୁଁ ଝାଡ଼ାବାନ୍ତି ହୋଇଥାଏ। ଏହାଦ୍ୱାରା ଆକ୍ରାନ୍ତ ହେଲେ ଏକାଧିକ ଥର ଝାଡ଼ା ଏବଂ ବାନ୍ତି ହେବାର ଅଧିକ ଆଶଙ୍କା ରହିଥାଏ। ଏହାକୁ ପ୍ରତିରୋଧ ଏବଂ ପତଳା ଝାଡ଼ାରେ ଶରୀରରୁ ଚାଲିଯାଇଥିବା ଜଳୀୟ ଅଂଶକୁ ଭରଣା କରିବା ନିହାତି ଦରକାର। ତେଣୁ ଏହି ସମୟରେ
ଆବଶ୍ୟକ ମୁତାବକ ଚିନି, ଲୁଣ ଲେମ୍ବୁକୁ ଉଷୁମ ପାଣିରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ଶରୀରର ଜଳୀୟ ଅଂଶ ସନ୍ତୁଳିତ ରହିଥାଏ। ଏଥିପାଇଁ ଓଆରଏସ୍ ପାଉଡର ପରିଷ୍କାର ଜଳରେ ମିଶାଇ ବାରମ୍ବାର ପିଇବା ଉଚିତ। ଡାଳିମ୍ବ ଗଛର ଅଗପତ୍ର, ପିଜୁଳି ଗଛର ଅଗପତ୍ରର ରସ ଦୁଇରୁ ତିନି ଚାମଚ, ସ୍ବଚ୍ଛ ଥଣ୍ଡା ଜଳରେ ମିଶାଇ ଦିନରେ ୨-୩ ଥର ସେବନ କଲେ ତରଳ ଝାଡ଼ାକୁ ପ୍ରଶମିତ କରିଥାଏ। ଏହି ସମୟରେ ସଂକ୍ରମିତ ରୋଗୀଠାରୁ ଅନ୍ୟ ସୁସ୍ଥ ବ୍ୟକ୍ତି ଦୂରତା ରକ୍ଷା କରିବା ଦରକାର। ଉକ୍ତ ଋତୁରେ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ତା’ ସହ ଖାଦ୍ୟକୁ ଭଲଭାବେ ଘୋଡ଼ାଇ ରଖି ଖାଇବା ଉଚିତ। ପରିସ୍ଥିତି ଯଦି ଜଟିଳ ହୁଏ, ତେବେ ବିଳମ୍ବ ନ କରି ନିକଟସ୍ଥ ହସ୍ପିଟାଲକୁ ରୋଗୀକୁ ନେଇ ଚିକିତ୍ସା କରାଇବାକୁ ଭୁଲନ୍ତୁ ନାହିଁ। ଏହା ବ୍ୟତୀତ ବର୍ଷାଋତୁରେ ମ୍ୟାଲେରିଆ, ଡେଙ୍ଗୁ ଓ ଝାଡ଼ାବାନ୍ତି ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀକୁ ନେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଉଚିତ।
Trending
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
Prev Post
Next Post