ଜୀବନରେ ସଫଳତା ପାଇବେ କିପରି?
ଆମ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି କଠିନ ପରିଶ୍ରମ କଲା ପରେ ବି ସ୍ୱପ୍ନ ପୂରଣ କରିପାରନ୍ତି ନାହିଁ ବୋଲି କହିଥାନ୍ତି ।ବାସ୍ତବ କଥା ହେଉଛି, ଅନେକ ଲୋକ ଜୀବନରେ ଆଗକୁ ବହୁତ କ୍ଷିପ୍ର ଗତିରେ ଦୌଡ଼ିଥାନ୍ତି, ମାତ୍ର ଭୁଲ ରାସ୍ତାରେ । ସେଥିପାଇଁ ଫଳାଫଳ ମଧ୍ୟ ଭୁଲ୍ ଆସିଥାଏ । ଜୀବନରେ ସଫଳତା ହାସଲ କରିବା ପାଇଁ ବହୁଲୋକ ବହୁ ମତ ଦେଇଥାନ୍ତି । ଆମେ ଆପଣଙ୍କୁ ଏଠାରେ କେବଳ ଗୋଟିଏ ପଏଣ୍ଟ ଦେବୁ । ଯଦି ଆପଣ ଏହି ପଥକୁ ଅନୁସରଣ କରିବେ, ତେବେ ଫଳାଫଳ ଆପଣ ନିଜେ ଅନୁଭବ କରିପାରିବେ । ସର୍ବପ୍ରଥମେ ଆପଣ ନିଜର ଲକ୍ଷ୍ୟକୁ ନେଇ ସ୍ପଷ୍ଟ ହୁଅନ୍ତୁ । ଲକ୍ଷ୍ୟକୁ ଏକ ଡାଏରୀ ବା ଖାତାରେ ଲେଖନ୍ତୁ । ଯଦି ଆପଣ ଲକ୍ଷ୍ୟକୁ ଲେଖିବେନି ତେବେ ତାହାକୁ ପୂରା କରିପାରିବେ ନାହିଁ । ଲକ୍ଷ୍ୟକୁ ସ୍ପଷ୍ଟ ଭାବେ ଲେଖିବା ଫଳରେ ତାହା ଆପଣଙ୍କ ବ୍ରେନରେ ସ୍ପଷ୍ଟ ଭାବେ ଛାପି ହୋଇ ରହିଯାଇଥାଏ ।ଫଳରେ ଲକ୍ଷ୍ୟ ହାସଲ ଦିଗରେ ଏହା ଆପଣଙ୍କୁ ପ୍ରେରିତ କରିଥାଏ । ଲେଖିବା ଦ୍ୱାରା ଆପଣଙ୍କ ମନରେ ଏକ ଶକ୍ତି ଜାଗ୍ରତ ହେବା ସହ ମନୋବଳ ବୃଦ୍ଧି ହୁଏ । ଦିନେ, ମାସେ, ବର୍ଷେ ପରେ ଦେଖିବେ ଲେଖିବା ନାମକ ଏହି ଛୋଟିଆ ଗଛଟି ଦିନେ ଏକ ବିଶାଳ ବଟବୃକ୍ଷ ପାଲଟି ଯାଇଛି । ଆଉ ତା’ ଭିତରେ ଜୀବନରେ ସମସ୍ତ ଲକ୍ଷ୍ୟ ଲିପିବଦ୍ଧ ହୋଇ ରହିଛି । ୫ ବର୍ଷ ତଳର ଆଉ ଆଜିର ଜୀବନର ଲକ୍ଷ୍ୟ ଭିତରେ ସେପରି ବେଶି ଫରକ ନଥାଏ । ହୁଏତ ଜଣେ କୌଣସି ଲକ୍ଷ୍ୟ ହାସଲ କରିବାରେ ପରେ ନୂଆ ସ୍ୱପ୍ନ ଦେଖିଥାଏ ।