ଜୀବନରେ ଆଗକୁ ବଢିବା ପାଇଁ ହେଲେ କିଛି ବାସ୍ତୁ ନିୟମର ପାଳନ କରିବା ଉଚିତ । ଆଜିକା ଦୁନିଆରେ ଛାକିରି ଖଣ୍ଡେ ଖୋଜିବା ବହୁତ ମୁସକିଲ ହୋଇଗଲାଣି । ଅଧରକ ପରିଶ୍ରମ ଏବଂ ଅଧିକ ପାଠ ପଢିବା ପରେ ମଧ୍ୟ ଯୁବପିଢିର ଅନେକ ଯୁବା ବେରୋଜଗାର ହୋଇ ଅଛନ୍ତି ।କୁହାଯାଉଛି ଯେ, ଆପଣଙ୍କ ଯୋଗ୍ୟତା ଏବଂ କଠିନ ପରିଶ୍ରମର ଚାକିରି ପାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ଅନେକ ଥର ନିଜର ଭାଗ୍ୟ ସାଥ ଦେଇନଥାଏ ଏବଂ ଆପଣ ନିଜ ଲକ୍ଷର ପାଖକୁ ଯାଇ ମଧ୍ୟ ଲକ୍ଷସ୍ଥଳରେ ପହଞ୍ଚି ପାରନ୍ତି ନାହିଁ । ତେବେ ଚାକିରି ପାଇବା ପାଇଁ ଆପଣାନ୍ତୁ କିଛି ବାସ୍ତୁ ଟିପ୍ସ ।
– ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ କୌଣସି ଅଳିଆ ଜମା ହେବାକୁ ଦିଅନ୍ତୁ ନାହିଁ । ସେହି ଦିଗରେ ଥିବା ଅନାବଶ୍ୟକ ଜିନିଷକୁ ଫିଙ୍ଗି ଦିଅନ୍ତୁ । କାରଣ ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ କ୍ୟାରିଅର ଏବଂ ବ୍ୟବସାୟରେ ଉନ୍ନତି ଯୋଡି ହୋଇ ରହିଛି । ତେଣୁ ଏଭଳି କରିବା ଦ୍ୱାରା ତୁରନ୍ତ ଚାକିରି ମିଳିବାର ସମ୍ବାବନା ରହିଛି । -ଇଣ୍ଟରଭ୍ୟୁ କିମ୍ବା ଲିଖିତ ପରିକ୍ଷାରେ ପାସ ହେବା ପାଇଁ ନିଜ ରୁମର ଉତ୍ତର ଦିଗରେ ସବୁଜ ଉଦ୍ଭିଦ ରଖନ୍ତୁ । ସବୁଜ ରଙ୍ଗ ନୂଆ ଆରମ୍ଭର ପ୍ରତୀକ ଅଟେ । ଏହା ସହିତ ଭଲ ସୁଯୋଗକୁ ଆକର୍ଷଣ କରିଥାଏ । ଏହା କରିବା ଦ୍ୱାରା ଆପଣଙ୍କ ଭଅଗ୍ୟ ଖୋଲିଯିବ ।
– ପାଠପଢାର ଟେବୁଲ ହେଉ କିମ୍ବା ଡେସ୍କ ପଛ ପଟ କାନ୍ଥରେ ପର୍ବତର ଏକ ପୋଷ୍ଟର ଲଗାନ୍ତୁ । ଏହାକୁ ଦେଖିବା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବଢିଯିବ ।