ଗାଳି ଦେବା ଦ୍ୱାରା ମସ୍ତିଷ୍କ ଉପରେ ପଡେ କୁପ୍ରଭାବ
ଗାଳି ଦେବା କିମ୍ବା ଶୁଣିବା ସାମାଜିକ ସମ୍ବନ୍ଧ ଓ ଅନ୍ୟ ପରିସ୍ଥିତିରେ ଅସଫଳତା କାରଣରୁ ସୃଷ୍ଟି ହୋଇଥାଏ। ମାତ୍ର ଗାଳି ଦେବା ଦ୍ୱାରା କିମ୍ବା ଶୁଣିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡିଥାଏ।
ଏହା ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ ସମ୍ବନ୍ଧକୁ ପ୍ରଭାବିତ ମଧ୍ୟ କରିଥାଏ। ଗାଳିର ପ୍ରୟୋଗ କିମ୍ବା ଶୁଣିବା ମାନସିକ ଦୁଃଶ୍ଚିନ୍ତା, ଅଶାନ୍ତି, ଉତ୍ତେଜନା ଓ ମନର ସ୍ଥିତିରେ ଅସ୍ଥିରତା ବୃଦ୍ଧି କରିଥାଏ।
ଗାଳି ଦେବାରୁ ନିଜକୁ କେମିତି ଦୁରେଇ ରଖିବେ..
ଗାଳି ଦେବାର ଅଭ୍ୟାସକୁ ଜାଣିବା ସହ ଏହାର ନକରାତ୍ମକ ପ୍ରଭାବ ପ୍ରତି ଧ୍ୟାନ ଦିଅନ୍ତୁ।
ନିଜ ବ୍ୟବହାର ପ୍ରତି ଧ୍ୟାନ ଦେବା ସହ ଭୁଲ୍ ଶବ୍ଦର ପ୍ରୟୋଗକୁ ପ୍ରଥମେ ଚିନ୍ତା କରନ୍ତୁ ଓ ବୁଝନ୍ତୁ।
ସକରାତ୍ମକ ବିଚାର ଧାରା ବିକଶିତ କରନ୍ତୁ। ସଠିକ୍ ଦିଗରେ ଯାଆନ୍ତୁ।ନିଜ ବନ୍ଧୁ କିମ୍ବା ସାଙ୍ଗକୁ ସମର୍ଥନ କରିବା ସହ ତାଙ୍କର ଗାଳି ଦେବା ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ସାହାଯ୍ୟ କରନ୍ତୁ।ଧ୍ୟାନ ଓ ସାଧନା କରି ମନକୁ ଶାନ୍ତ ରଖନ୍ତୁ। ଏହା ଗାଳି ଦେବା ଅଭ୍ୟାସକୁ ନିୟନ୍ତ୍ରଣ କରେ।ପ୍ରେରଣାଦାୟକ ବ୍ୟକ୍ତି କିମ୍ବା ଅନ୍ୟ ଜିନିଷ ଦ୍ୱାରା ନିଜ ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ।