କନଫିଡେଣ୍ଟ ରହିବା ଆବଶ୍ୟକ

ଜୀବନରେ ସଫଳତା ହାସଲ କରିବା ପାଇଁ କନଫିଡେଣ୍ଟ ରହିବା ଆବଶ୍ୟକ ହୋଇଥାଏ । ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ମାନ, ସମ୍ମାନ ଓ ପ୍ରତିଷ୍ଠା ବଜାୟ ରଖିବା ପାଇଁ ପ୍ରତି କ୍ଷେତ୍ରରେ ଆତ୍ମବିଶ୍ୱାସୀ ହେବା ଗୁରୁତ୍ୱପୂର୍ଣ୍ଣ ଅଟେ । ଅଧିକାଂଶ କ୍ଷେତ୍ରରେ ଦେଖାଯାଇଛି ଯେ ଆତ୍ମବିଶ୍ୱାସ ଅଭାବରେ ବ୍ୟକ୍ତି ଜଣଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଛୋଟ ବେଳୁ ପିଲାଙ୍କ କୋମଳ ମନରେ ନକାରାତ୍ମକ ଚିନ୍ତାଧାରା, ସାମାଜିକ ବନ୍ଧନ ଇତ୍ୟାଦି ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସରେ ଅଭାବ ଦେଖାଦେଇଥାଏ । ତେବେ ଜୀବନରେ ସହାୟକ ହୋଇଥାଏ ଏହି ସବୁ ଟିପ୍ସ…

୧. କମୁ୍ୟନିକେସନ୍ ସ୍କିଲ୍:  ପାଇଁ କମୁ୍ୟନିକେସନ୍ ସ୍କିଲ୍ ଜରୁରୀ ଅଟେ । ଜନସମ୍ପର୍କ ବୃଦ୍ଧି ହେବା ଫଳରେ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ । ଳୋକଙ୍କ କଥାକୁ ଧ୍ୟାନର ସହ ଶୁଣିବା, ଆଖିରେ ଆଖି ମିଶାଇ କଥା ହେବା, କଥା ହେବା ସମୟରେ ବାକ୍ ସଂଯମତା ବଜାୟ ରଖିବା ଇତ୍ୟାଦି ଦିଗ୍ ଉପରେ ଗୁରୁତ୍ୱ ଦିଅନ୍ତୁ ।

୨. ବଡି ଲାଙ୍ଗୁ୍ୟଏଜ୍:  ବ୍ୟକ୍ତି ବିଷୟରେ ଅନେକ କିଛି କହିଥାଏ । ଆପଣଙ୍କ ମଧ୍ୟରେ କେତେ ଆତ୍ମବିଶ୍ୱାସ ରହିଛି Body Language ଏହାର ଏକ ପ୍ରମାଣ ଅଟେ । ଆପଣଙ୍କ ଚାଲିବା, ବସିବା, କଥା ହେବା, ହସିବା ଇତ୍ୟାଦି ଲକ୍ଷଣ ବଡି ଲାଙ୍ଗୁ୍ୟଏଜକୁ ସୂଚାଇଥାଏ । ଏହା ଦ୍ୱାରା ସାମ୍ନା ପକ୍ଷକୁ ଆପଣଙ୍କ କଥାକୁ ସହଜରେ ବୁଝିପାରେ । ତେବେ ପରିସ୍ଥିତି ଅନୁସାରେ ନିଜ ବଡି ଲାଙ୍ଗୁଏଜ ଉପରେ ଧ୍ୟାନ ଦିଅନ୍ତୁ ।