ମେଟ୍ରୋ ଟିଭି ଓଡିଶା (୧୭.୨.୨୦୨୨) :
ଅଧିକାଂଶ ସମୟରେ ବହୁ ଚେଷ୍ଟା କରିବା ପରେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଏହାସହ କର୍ମକ୍ଷେତ୍ରରେ ନିଯୁକ୍ତି ପାଇଁ ମଧ୍ୟ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ସଫଳତା ମିଳିପାରିଥାଏ। ତେବେ କର୍ମକ୍ଷେତ୍ରରେ ନିଯୁକ୍ତି ଓ ସଫଳତା ପାଇବା ପାଇଁ କିଛି ସରଳ ଉପାୟ ରହିଛି। ଜାଣନ୍ତୁ….

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସର୍ବଦା ପ୍ରାତଃ ସମୟରେ ବିଛଣା ତ୍ୟାଗ କରନ୍ତୁ।
ସ୍ନାନ କରିବା ପରେ ଏକ ମାଳା ବ୍ୟବହାର କରି ଓଁ ନମଃ ଶିବାୟ ଜପ କରନ୍ତୁ।
ତିନି ଥର ହନୁମାନ ଚାଳିସା ପାଠ କରନ୍ତୁ।
ମଙ୍ଗଳବାର ପ୍ରଭୁ ହନୁମାନଙ୍କ ମନ୍ଦିରରେ ଭୋଗ ଲଗାନ୍ତୁ।
ଶନିବାର ଦିନ ୮ ଜଣ ଅସହାୟଙ୍କୁ ଭୋଜନ ଦାନ କରନ୍ତୁ। ଭୋଜନରେ ପୁରୀ,ବ୍ୟଞ୍ଜନ, ଏକ ପ୍ରକାର ମିଠା ନିଶ୍ଚୟ ରଖନ୍ତୁ।