ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍ମା ଏଭଳି ଏକ ରୋଗ ଯାହା ଗୁରୁତର ଆକାର ଧାରଣକଲେ ଜୀବନନାଶକ ସାଜିବା ଯଥେଷ୍ଟ ଆଶଙ୍କା ରହିଛି। ଆଜ୍ମା ସମ୍ପର୍କରେ ଜନସଚେତନତା ସୃଷ୍ଟିକରିବା ଲାଗି ପ୍ରତିବର୍ଷ ମେ’ ୭ ତାରିଖକୁ ‘ବିଶ୍ୱ ଆଜ୍ମା ଦିବସ’ ଭାବରେ ପାଳନ କରାଯାଇଥାଏ। ବିଶେଷଭାବରେ ଏହାର କାରଣ ଏବଂ ଠିକ୍ ସମୟରେ ଚିକିତ୍ସା ଉପରେ ଗୁରୁତ୍ୱ ଦେଲେ ଆକ୍ରାନ୍ତ ବ୍ୟକ୍ତି ଏଥିରୁ ଅନେକାଂଶରେ ଉପଶମ ଲାଭ କରିପାରିବ। ଏହି ଦିବସ ଅବସରରେ ପ୍ରତିବର୍ଷ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ) ତରଫକୁ ଏକ ପ୍ରସଙ୍ଗ ଘୋଷଣା କରାଯାଇଥାଏ। ଏ ନେଇ ଚଳିତ ବର୍ଷର ପ୍ରସଙ୍ଗ ରହିଛି-‘ସମସ୍ତେ ଆଜ୍ମା ପ୍ରତି ଯତ୍ନବାନ୍ ହେବା ଦରକାର’। ୧୯୯୮ରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରଥମ ଥର ପାଇଁ ବିଶ୍ୱ ଆଜ୍ମା ଦିବସ ପାଳନ କରାଯାଇଥିଲା। ସେତେବେଳେ ଏହି ଦିବସ ମାତ୍ର ୩୫ ଦେଶରେ ପାଳିତ ହୋଇଥିଲା। କିନ୍ତୁ ଏବେ ପ୍ରାୟ ପ୍ରତ୍ୟେକ ଦେଶରେ ଉକ୍ତ ଦିବସ ପାଳନ ହେବା ସହ ଏ ନେଇ ଜନସଚେତନତା ସୃଷ୍ଟି କରାଯାଉଛି। ଜଣେ ବ୍ୟକ୍ତି ଆଜ୍ମା ସମସ୍ୟା ବିଷୟରେ ଅବଗତ ହେବା ନିହାତି ଦରକାର। ପିଲାଠାରୁ ବୟସ୍କ ବ୍ୟକ୍ତି-ଯେକେହି ବି ଏଥିରେ ଆକ୍ରାନ୍ତ ହୋଇପାରନ୍ତି। ଏହି ରୋଗରେ ଆକ୍ରାନ୍ତ ହେଲେ ଫୁସ୍ଫୁସ୍ (ଲଙ୍ଗ୍ସ୍)ର କାର୍ଯ୍ୟଧାରା ପ୍ରଭାବିତ ହୋଇଥାଏ। ଫଳରେ ଆକ୍ରାନ୍ତ ବ୍ୟକ୍ତି ଠିକ୍ ଭାବରେ ଶ୍ୱାସକ୍ରିୟା କରିବାରେ ଅସମର୍ଥ ହୋଇଥାଏ। ତେଣୁ ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଯିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଦରକାର। ଯଦି ଆପଣ ଆଜ୍ମା ଦ୍ୱାରା ଆକ୍ରାନ୍ତ ତେବେ ଠିକ୍ ସମୟରେ ଚିକିତ୍ସିତ ହେବା ସହ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇନେବାକୁ ଭୁଲନ୍ତୁ ନାହିଁ।
Trending
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ
- ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି
- ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋଦୀ
- ମୁଁ ବିଷ ପିଇଦେବି , କାହିଁକି ଏପରି କହିଲେ ମୋଦୀ
- ବିଜେଡି ଛାଡ଼ୁଛନ୍ତି ନେତା, ଆଗକୁ କିଏ
Next Post