ବର୍ତ୍ତମାନର ଆଧୁନିକ ଲାଇଫ୍ ଷ୍ଟାଇଲ୍ ଏବଂ ଡେସ୍କ କାର୍ଯ୍ୟର ଆଧୁନିକ ଯୁଗରେ, ଅଧିକ ସମୟ ଧରି ବସିବାର ପରିଣାମ ଦିନକୁ ଦିନ ବଢିବାରେ ଲାଗିଛି । ଯେତେବେଳେ ଆମେ ପ୍ରତିଦିନ ବହୁତ ସମୟ ସ୍ଥିତିରେ ଘଣ୍ଟା ଘଣ୍ଟା ବସିଥାଉ, ସେତେବେଳେ ଆମର ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ବହାରିଥାଏ । ସେଥିପାଇଁ ଆମକୁ ଅଣ୍ଟା ସମସ୍ୟା ହେବା ସହ ବେକ ସମସ୍ୟା ଏବଂ ଆହୁରୀ ଅନେକ ସମସ୍ୟା ମଧ୍ୟ ହୋଇପାରେ ।ତେବେ ଡକ୍ତରଙ୍କ ସୂଚନା ଅନୁସାରେ, ଅଧିକ ସମୟ ଧରି ବସିବା ଦ୍ୱାରା ବଡ ଗୋଡ ଏବଂ ଗ୍ଲୁଟେଲ୍ ମାଂସପେଶୀ ଦୁର୍ବଳ ହୋଇପାରେ । ଆପଣମାନେ ତ ଜାଣିଥିବେ ବଡ ଗୋଡ ଏବଂ ଗ୍ଲୁଟେଲ୍ ମାଂସପେଶୀ ଚାଲିବା ଏବଂ ସ୍ଥିର ଭାବେ ବସିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯଦି ଏହି ମାଂସପେଶୀ ଦୁର୍ବଳ ହୋଇଥାଏ, ତାହେଲେ ଆପଣଙ୍କୁ ଆଗକୁ ଯାଇ ଅନେକ ଅସୁବିଧା ହୋଇପାରେ । ଯେପରି ଚାଲିବା ବସିବା ଏବଂ ଅନ୍ୟ ସମସ୍ତ କାର୍ଯ୍ୟ କରିବାରେ ।
ହିପ୍ ଏବଂ ପିଠି :
ଠିକ୍ ଯେପରି ଆପଣଙ୍କ ଗୋଡ ଏବଂ ଗ୍ଲୁଟେଲ୍, ସେହିପରି ଆପଣଙ୍କ ହିପ୍ ଏବଂ ପିଠି ଅଧିକ ସମୟ ବସିବା ଦ୍ୱାରା ଅତ୍ୟଧିକ ପେନ୍ ହୋଇଥାଏ । ଅଧିକ ସମୟ ବସିବା ଦ୍ୱାରା ଆପଣଙ୍କର ହିପ୍ ଫ୍ଲେକ୍ସର ମାଂସପେଶୀ ଛୋଟ ହୋଇଯାଏ, ଯାହା ଆପଣଙ୍କର ହିପ୍ ଗଣ୍ଠିରେ ସମସ୍ୟା ସୃଷ୍ଟି କରିପାରେ । ଅଧିକ ସମୟ ଧରି ବସିବା ଆପଣଙ୍କ ପିଠିରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ, ବିଶେଷ ଭାବେ ଯଦି ଆପଣ କ୍ରମାଗତ ଭାବରେ ଖରାପ ସ୍ଥିତି ସହିତ ବସିଥା’ନ୍ତି । ଖରାପ ସ୍ଥିତିରେ ବସିବା ଆପଣଙ୍କ ମେରୁଦଣ୍ଡର ଉପରେ ଖରାପ ପ୍ରଭାବ ପକାଇଥାଏ । ଯେପରିକି ଆପଣଙ୍କ ମେରୁଦଣ୍ଡରେ ଥିବା ଡିସ୍କଗୁଡ଼ିକର ସଙ୍କୋଚନ ହୋଇଯାଏ, ଯାହା ଅକାଳ ଅବନତି ଘଟାଇପାରେ, ଯାହା ଅତ୍ୟଧିକ ଯନ୍ତ୍ରଣାଦାୟକ ହୋଇପାରେ ।
ଚିନ୍ତା ଏବଂ ଡିପ୍ରେସନ୍ :
ଡକ୍ତର ସୂଚନା ଅନୁଯାୟୀ, ଆମେ ଜାଣୁ ଯେ ଯେଉଁମାନେ ବହୁତ ବସିଛନ୍ତି ସେମାନଙ୍କ ମଧ୍ୟରେ ଅଧିକ ଚିନ୍ତା ଏବଂ ଡିପ୍ରେସନ୍ର ଆଶଙ୍କା ଅଧିକ ଥାଏ । ଏପରି ହେବାର କାରଣ ହେଉଛି ଯେଉଁମାନେ ଅଧିକ ସମୟ ବସି ଶାରୀରିକ କାର୍ଯ୍ୟକଳାପ ଏବଂ ଫିଟନେସର ସକରାତ୍ମକ ପ୍ରଭାବରୁ ବଞ୍ଚିତ ହୁଅନ୍ତି । ଯଦି ଏହା ଆପଣଙ୍କ ଶରୀରରେ ହେଉଛି ତାହେଲେ ଆପଣଙ୍କୁ ଉଠିବା ଏବଂ ବୁଲିବା ସହ ଏପଟ୍ସେପଟ୍ ହେବା ଉଚିତ, ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିପାରେ ।
କ୍ୟାନ୍ସର :
ଅନେକ ଅଧ୍ୟାୟନରୁ ଜଣାପଡିଛି ଯେ ଫୁସଫୁସ ଏବଂ ଗର୍ଭାଶୟ କ୍ୟାନ୍ସର ସମେତ କେତେକ ପ୍ରକାରର କ୍ୟାନ୍ସର ରୋଗ ହେବାର ସମ୍ଭାବନା ବଢିଥାଏ ।