ଶୀତଦିନେ ଭିଟାମିନ-D ଶରୀର ପାଇଁ କାହିଁକି ଜରୁରୀ ?
ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପୋଷକ ତତ୍ତ୍ୱ ଆବଶ୍ୟକ । ବିଶେଷକରି ଥଣ୍ଡା ପାଗରେ ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇଯାଏ । ଶୀତଦିନେ ଶରୀରରେ ଅନେକ ଜରୁରୀ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱର ଅଭାବ ଦେଖାଯାଏ । ବିଶେଷକରି ଭିଟାମିନ୍ ଡି କମିବା ଆରମ୍ଭ କରେ ଯାହା ସମଗ୍ର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଶୀତଦିନେ ଶରୀରରେ ଭିଟାମିନ୍ D ର ଅଭାବ ହେତୁ ରୋଗ ସହ ଲଢିବାର କ୍ଷମତା କମିଯାଏ । ତେଣୁ ଆପଣଙ୍କ ଖାଦ୍ୟରେ ଭିଟାମିନ୍ ଡିରେ ଭରପୂର ଜିନିଷ ଅନ୍ତର୍ଭୂକ୍ତ କରିବା ଜରୁରୀ ଅଟେ । ଯେଉଁଥିପାଇଁ ଶରୀରରେ ଭିଟାମିନ୍ D ର ଦୈନନ୍ଦିନ ଆବଶ୍ୟକତା ପୂରଣ ହୋଇପାରିବ । ଭିଟାମିନ୍ ଡି ଅଭାବକୁ ଦୂର କରିବା ପାଇଁ ଛତୁ,ସମୁଦ୍ର ମାଛ,କମଳା,ଦୁଗ୍ଧ,ଦହି ଆଦି ଖାଇବା ଉଚିତ୍ |