ଜାଣନ୍ତୁ କ’ଣ କୁହେ ସ୍ୱପ୍ନ ଶାସ୍ତ୍ର
ରାତିରେ ଦେଖିଥିବା ସ୍ୱପ୍ନ ପରଦିନ ଆପଣଙ୍କ ମୁହଁରେ ହସ ଆଣିଥାଏ ତ ଆଉ କେତେବେଳେ ଦୁଃଖି କରିଦିଏ। ସ୍ୱପ୍ନ ଉଭୟ ଭଲ କିମ୍ବା ଖରାପ ହୋଇପାରେ। ତେବେ ସ୍ୱପ୍ନ ଶାସ୍ତ୍ରରେ ଏହି ସ୍ୱପ୍ନଗୁଡ଼ିକର ଭିନ୍ନ ଅର୍ଥ କୁହାଯାଇଛି। ତେଣୁ ଆପଣ ଦେଖିଥିବା ସ୍ୱପ୍ନର ଅର୍ଥ କ’ଣ ଜାଣିବା ଜରୁରୀ । ଆସନ୍ତୁ ଜାଣିବା କିଛି ସ୍ୱପ୍ନର ସଙ୍କେତ ବିଷୟରେ…
ମନ୍ଦିର :
ଯଦି ଆପଣ ସ୍ୱପ୍ନରେ ଭଗବାନ ଭୋଳେନାଥଙ୍କ ମନ୍ଦିର ଦେଖୁଛନ୍ତି, ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବାକୁ ଯାଉଛି। ଏବଂ ଶୀଘ୍ର ଶୁଭ ଖବର ପାଇବାକୁ ଯାଉଛନ୍ତି। ଏହା ବ୍ୟତୀତ ସ୍ୱପ୍ନରେ କୌଣସି ମନ୍ଦିର ଦେଖିବା, ମନ୍ଦିରର ପୁରୋହିତଙ୍କଠାରୁ ପ୍ରସାଦ ଭାବରେ ନଡ଼ିଆ ଏବଂ ମିଠା ଗ୍ରହଣ କରୁଥିବା ଦେଖିବା ମଧ୍ୟ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ।
ଆମ୍ବ ଗଛ :
ସ୍ୱପ୍ନରେ ଆମ୍ବ ଗଛ ଦେଖିବା ଭବିଷ୍ୟତ ଜୀବନରେ ଅଗ୍ରଗତିକୁ ସୂଚାଏ। ଅନ୍ୟପକ୍ଷରେ, ପର୍ବତ ଚଢିବାର ସ୍ୱପ୍ନ ଦେଖିବା ଦ୍ୱାରା ଭଗବାନ ଶିବଙ୍କ କୃପା ମିଳିଥାଏ। ସ୍ୱପ୍ନରେ ଗାଈର କ୍ଷୀର ଦେଖିବା ସୁଖ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହା ଆର୍ଥିକ ସ୍ଥିତିକୁ ମଜବୁତ କରେ।
ଗୋଲାପ :
ଯଦି କେହି ସ୍ୱପ୍ନରେ ଗୋଲାପ ଦେଖନ୍ତି, ତେବେ ଏହା ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। ଏହାଦ୍ୱାରା ଆପଣଙ୍କର କୌଣସି ବଡ କାମ ହୋଇପାରେ। ସ୍ୱପ୍ନରେ ପାରା ଦେଖିବା ମଧ୍ୟ ଶୁଭ ସଙ୍କେତକୁ ସୂଚିତ କରେ ।