ବୋରୱେଲରେ ଗଳିପଡିଥିବା ଶିଶୁକନ୍ୟା ମୃତ ଅବସ୍ଥାରେ ହେଲା ଉଦ୍ଧାର

ଶେଷରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁକନ୍ୟା । କିନ୍ତୁ ପ୍ରାଣ ନଥିଲା ଶିଶୁଟିର ।   ମଧ୍ୟପ୍ରଦେଶ ସିହୋର ଜିଲ୍ଲାରେ ବୋରୱେଲରେ ଗଳିପଡିଥିବା ଶିଶୁକନ୍ୟାକୁ ବହୁ କଷ୍ଟ ପରେ  ଉଦ୍ଧାର କରାଯାଇଥିଲା । ୫୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମରେ ଉଦ୍ଧାରକାରୀ ଦଳ ୧୫୦ ଫୁଟ ଗାତରୁ ଶିଶୁକନ୍ୟାଟିକୁ ବାହାର କରିବାରେ ସଫଳ ହୋଇଛନ୍ତି । ହେଲେ ଉଦ୍ଧାର ହେବା ପରେ ଶିଶୁକନ୍ୟାଟି ମୃତ ବୋଲି ଜଣାପଡିଛି । ମଙ୍ଗଳବାର ଦିନ ମୁଙ୍ଗବାଲୀ ଗ୍ରାମରେ ଏକ ୩୦୦ ଫୁଟ ଗଭୀର ବୋରୱେଲରେ ଗଳିପଡିଥିଲା ଅଢେଇ ବର୍ଷର ବାଳିକା ସୃଷ୍ଟି । ଏହାପରେ ଉଦ୍ଧାରକାରୀ ଦଳ ପକ୍ଷରୁ ବିଭିନ୍ନ ଉପାୟ ଅବଲମ୍ବନ କରି ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା ।