ଜାଣନ୍ତୁ କିପରି ପେଟ ସମସ୍ୟା ଦୂର କରିବ ପିଜୁଳି ?

ପିଜୁଳି ସବୁ ଋତୁରେ ମିଳିଥାଏ ଏହା ଫଳ ବଜାରରେ ବହୁଳ ଭାବରେ ବିକ୍ରି ହେଉଛି । ଲୋକମାନେ ଏହାର ମିଠା ଏବଂ ଖଟା ସ୍ୱାଦକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଫଳ ପେଟ ପାଇଁ ବହୁତ ଲାଭଦାୟକ ଅଟେ । ପିଜୁଳି ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱର ଭଣ୍ଡାର ଅଟେ । ବାସ୍ତବରେ ପିଜୁଳି ହେଉଛି ଏକ ଟ୍ରପିକାଲ୍ ଫଳ ଯାହାକି କ୍ୟାଲୋରୀରେ କମ୍ ଏବଂ ଫାଇବର, ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଭିଟାମିନ୍ ସି, ବି 6, କ୍ୟାଲସିୟମ୍, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ଅଧିକ ଥାଏ । ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ନ୍ତି ତେବେ ଏହି ଫଳ ଆପଣଙ୍କ ପାଇଁ ଜୀବନ ରକ୍ଷାକାରୀ ପରି କମ କରିଥାଏ ।