ବର୍ତ୍ତମାନ ସମୟରେ ଖରାପ ଲାଇଫ୍ ଷ୍ଟାଇଲ ଯୋଗୁ ଆମ ବିଶ୍ୱରେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖିବା ପାଇଁ ମିଳୁଛି । ଏତେ ସବୁ ସମସ୍ୟା ମଧ୍ୟରେ ‘ସିଜୋଫ୍ରେନିଆ ’ ଏକ ଭିନ୍ନ ସମସ୍ୟା ଭାବେ ସାମ୍ନାକୁ ଆସୁଛି । ତାହେଲେ ଆସନ୍ତୁ ଏହି ସମସ୍ୟା କଣ ହୋଇଥାଏ ଜାଣିବା । ‘ସିଜୋଫ୍ରେନିଆ ’ ଏକ ମାନସିକ ସମସ୍ୟା । ଏହି ରୋଗରେ ପିଡିତ ଲୋକମାନଙ୍କୁ ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ କାମ କରିବାରେ ଅନେକ ସମସ୍ୟାର ସାମ୍ନା କରିବା ପାଇଁ ପଡିଥାଏ । ‘ସିଜୋଫ୍ରେନିଆ ’ ଡିଜଅର୍ଡର ଏକ ବଡ ସମସ୍ୟା ବୋଲି କୁହାଯାଏ ଏବଂ ଏହି ସମସ୍ୟାରେ ବିଶ୍ୱରେ ପ୍ରାୟ ୨୦ ଲକ୍ଷ ଲୋକ ପିଡିତ ଅଛନ୍ତି । ପ୍ରାୟତଃ ଟିନ୍ଏଜ୍ ବୟସର ପିଲାମାନେ ଏହି ଡିଜଅର୍ଡରର ସମ୍ମୁଖୀନ ହୋଇଥାନ୍ତି ।ସ୍କିଜୋଫ୍ରେନିଆ’ରେ ପିଡିତ ଲୋକମାନଙ୍କୁ ସଠିକ୍ ଭାବେ ଏହି ବିଷୟରେ ନଜଣାଇବା କାରଣରୁ କିଛି ଲୋକ ଏହାକୁ ନେଇ ଅନ୍ଧବିଶ୍ୱାସରେ ବିଶ୍ୱାସ କରିଥାନ୍ତି । ହେଲେ ଏହା ଏକ ମାନସିକ ଡିଜଅର୍ଡର ହୋଇଥାଏ ଏବଂ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଖୁସିର ମାହୋଲରେ ରହିବା, ଥେରାପି ଓ ମେଡିସିନ୍ ଦ୍ୱାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ । ତେବେ ସମୟ ମଧ୍ୟରେ ଏହି ରୋଗର ଲକ୍ଷଣ ଚିହ୍ନିବା ସହ ଚିକିତ୍ସା ମଧ୍ୟ ଜରୁରୀ ହୋଇଥାଏ ।ସିଜୋଫ୍ରେନିଆ ’ ସମସ୍ୟାରେ ପିଡିତ ଯଦି ଏକ ପିଲା ହୋଇଥାଏ, ତାହେଲେ ତା ମଧ୍ୟରେ ଏହି ଲକ୍ଷଣ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ । କାରଣ କିଛି ଲୋକ ଏହାକୁ ପିଲାଙ୍କ ବୟସ ଯୋଗୁ ଏପରି ସମସ୍ୟା ହୋଇଥାଏ ବୋଲି ଭାବିଥାନ୍ତି । ଏହି ସମସ୍ୟାରେ ପିଡିତ ବ୍ୟକ୍ତି, ସେ ପୁଅ ହେଉ କିମ୍ବା ଝିଅ ସମାଜରୁ ଦୂରେଇବା ପାଇଁ ଲାଗିଥାଏ । ଏହାସହ ସେହି ଲୋକମାନେ ଅନ୍ୟାନ୍ୟ ଲୋକଙ୍କ ପ୍ରତି ସେମାନଙ୍କ ବ୍ୟବହାର ବଦଳିବା ମଧ୍ୟ ଆରମ୍ଭ କରିଥାଏ । ଏହା ବ୍ୟତୀତ ସେହି ଲୋକ ଛୋଟ ଛୋଟ କଥାରେ ସନ୍ଦେହ କରିଥାଏ ଏବଂ ଏକୁଟିଆ ଥିବା ବେଳେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରିଥାଏ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post