ଖରାଦିନ ଆରମ୍ଭ ହେଲାଣି। ଏହି ଦିନରେ ତ୍ୱଚା ସହ ଆମ କେଶର ମଧ୍ୟ ସଠିକ୍ ଭାବେ ଯତ୍ନ ନେବା ନିତାନ୍ତ ଆବଶ୍ୟକ। କାରଣ ଏହି ଦିନରେ ପ୍ରଦୂଷଣ, ସୂର୍ଯ୍ୟକିରଣ ଆଦି କାରଣରୁ କେଶ ଉପରେ କୁପ୍ରଭାବ ପଡ଼ିଥାଏ ଏବଂ କେଶ ଶୁଷ୍କ ଓ ରୁକ୍ଷ ହୋଇଯାଏ। ଏପରି କ୍ଷେତ୍ରରେ ଆପଣଙ୍କୁ ନିଜ କେଶ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଖରାଦିନରେ ଝାଳ ହେତୁ କେଶ ଅଠା ଭଳି ଲାଗିଥାଏ। କିଛି ସରଳ ଉପାୟ ଆପଣାଇ ଆମେ କେଶର ଯତ୍ନ ନେଇପାରିବା।
ଏହି ଦିନରେ ଫଳ ଓ ପନିପରିବା ପ୍ରଚୁର ପରିମାଣରେ ଖାଆନ୍ତୁ। ଏହା ଶରୀର ସହ କେଶକୁ ସୁସ୍ଥ ରଖିଥାଏ। କମଳା, ଅମୃତଭଣ୍ଡା, ଜାମୁକୋଳି ଆଦିରେ ଭିଟାମିନ-ସି ଅଧିକ ପରିମାଣରେ ରହିଛି, ଯାହା କେଶକୁ ଉପଯୁକ୍ତ ପରିମାଣରେ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। କେଶକୁ ଶୁଷ୍କ ହେବାକୁ ଦେଇନଥାଏ।
ଏମିତି ଶାମ୍ପୁ ବ୍ୟବହାର କରନ୍ତୁ, ଯେଉଁଥିରେ ନିମ୍ବ, କର୍ପୂର, ମନ୍ଦାର, ଘିକୁଆଁରୀ, ଭିଟାମିନ୍-ଇ ଆଦି ରହିଥିବ।
ସାମ୍ପୁ କରିବା ପରେ କେଶରେ ଲେମ୍ବୁରସ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ପରେ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ବାରା କେଶ ଚମକଦାର ରହିବା ସହ ରୁପି ସମସ୍ୟା ମଧ୍ୟ ଦୂର ହେବ।
ଏକ କପ୍ ଗ୍ରିନ୍ ଟି’ରେ କିଛି ବୁନ୍ଦା ପିପରମେଣ୍ଟ୍, ସିର୍କା, ଦହି, ଏକ ଚାମଚ ମହୁ ଓ ଲେମ୍ବୁରସ ମିଶାଇ ଲଗାଇହେବ। ଏହି ପ୍ୟାକ୍ ଲଗାଇବା ପୂର୍ବରୁ କେଶକୁ ଷ୍ଟିମ୍ ଦିଅନ୍ତୁ।
ବେସନ ଓ ଦହିକୁ ମିଶାଇ ଏକ ପ୍ୟାକ୍ ତିଆରି କରି ମୁଣ୍ଡରେ ଲଗାନ୍ତୁ। ୧୦-୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ, ତୈଳାଂଶ ଦୂର ହେବ।
ତ୍ବଚାର ଯତ୍ନ
ଆପଣ ଯେଉଁଆଡ଼େ ବି ଯାଇଥା’ନ୍ତୁ ଘରେ ପହଞ୍ଚିଲା ମାତ୍ରେ ପ୍ରଥମେ ଭଲ ଭାବେ ମୁହଁ ଧୋଇ ସଫା କରି ଦିଅନ୍ତୁ।
ଗୋଟେ ଚାମଚ ବେସନ, ଅଳ୍ପ ହଳଦୀ ଓ ଗୋଟେ ଚାମଚ ଗ୍ରିନ୍ ଟି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ୍ ରଖନ୍ତୁ। ୨୦ ମିନିଟ୍ ପରେ କିଛି ଗୋଲାପ ଜଳକୁ ତୁଳା ସାହାଯ୍ୟରେ ନେଇ ମୁହଁରେ ଲଗାନ୍ତୁ। ଏହାପରେ ଭଲ ଭାବେ ମସାଜ୍ କରି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ବ୍ରଣ ସମସ୍ୟା ଦୂର ହୋଇ ମୁହଁକୁ ସୁନ୍ଦର କରିଥାଏ।
୨ ଚାମଚ କ୍ଷୀରରେ ଅଳ୍ପ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ରୁ ୩୦ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ୩ ଦିନକୁ ଥରେ ଲଗାଇବା ଦ୍ୱାରା ମୁହଁରେ ବୟସ ବୃଦ୍ଧିର ଛାପ ଜଣା ପଡ଼େନାହିଁ।
ପାଚିଲା ଅମୃତଭଣ୍ଡାକୁ ଭଲ ଭାବେ ଚକଟି ଏଥିରେ ଦହି, ସାମାନ୍ୟ ଲେମ୍ବୁ ରସ, ଏକ ଚାମଚ ମହୁ ମିଶାଇ ସ୍କ୍ରବ୍ ପ୍ରସ୍ତୁତ କରି ପାରିବେ। ଏହି ସ୍କ୍ରବ୍କୁ ୧୦ ମିନିଟ୍ ମୁହଁରେ ଭଲରେ ମାଲିସ୍ କରି କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।
Trending
- ଓଡ଼ିଶାରେ ଖୁବଶୀଘ୍ର ଏସଆଇଆର
- ଆଜି ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି ମୋଦୀ
- ରାଜ୍ୟରେ ବର୍ଷକୁ ୨୦୦୦ କୋଟିର ପ୍ରତିରକ୍ଷା ବ୍ୟବସାୟ ସୁଯୋଗ
- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ
- ସୁସ୍ଥ ହେଉଛନ୍ତି ନବୀନ
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
- ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ
- ଆମେ କାହାର ପକ୍ଷ ନୁହେଁ, କାହାର ବିପକ୍ଷ ନୁହେଁ , ଆମେ ସମସ୍ତଙ୍କ ସମକକ୍ଷ
- ଟ୍ରାଫିକ ଜାମରୁ ମୁକ୍ତି ପାଇବ ଦିଲ୍ଲୀ-ଏନସିଆର
- ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା
Prev Post