କପଡାରୁ ରଙ୍ଗ ଛଡାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ

ହୋଲି ଖେଳିବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । କେହି ବିଭିନ୍ନ ପ୍ରକାର ରଙ୍ଗରେ ହୋଲି ଖେଳିଥାନ୍ତି ତ ଆଉ କେହି କେବଳ ଅବିରରେ ହୋଲି ଖେଳିଥାନ୍ତି । ହୋଲି ଖେଳିବା ସମୟରେ କପଡାରେ ରଙ୍ଗ ଲାଗିବା ସ୍ୱଭାବିକ । ଏହାକୁ ସଫା କରିବା ପାଇଁ ଆମେ ବିଭିନ୍ନ ପ୍ରକାର ଡିଟରଜେଣ୍ଟ ବ୍ୟବହାର କରିଥାଉ । ଏହାପରେ ବି କପଡାରୁ ରଙ୍ଗ ଛାଡି ନ ଥାଏ । ତେବେ ଏହି ଘରୋଇ ଉପାୟରେ ଆପଣ ସହଜରେ କପଡାରୁ ରଙ୍ଗ ଦୂର କରିପାରିବେ ।

୧-ପ୍ରଥମେ ଆପଣ ଶାମ୍ପୁ ବାଲା ପାଣିରେ ରଙ୍ଗ ଲଗା କପଡାକୁ ଭିଜାଇ ଦିଅନ୍ତୁ । ଏହାପରେ ସେଥିରେ କିଛି ଲେମ୍ବୁ ରସ ମିଶାନ୍ତୁ । ଏହାକୁ ହାଲ୍‌କା ଘସି ଧୋଇ ଦିଅନ୍ତୁ ।
୨-ରଙ୍ଗ ଲାଗିଥିବା କପଡାରେ ଭିନେଗାର ସ୍ପ୍ରେ କରନ୍ତୁ ଓ ଏହାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖି ଦିଅନ୍ତୁ ।
୩-ଏକ ଟପ୍‌ରେ ପାଣି ନିଅନ୍ତୁ । ସେଥିରେ କିଛି ବେକିଂ ସୋଡା ଓ ଭିନେଗାର ମିଶାଇ ଦିଅନ୍ତୁ । ଏହାପରେ ରଙ୍ଗ ଲାଗିଥିବା କପଡାକୁ ୩୦ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ସେଥିରେ ଭିଜାଇ ରଖିବା ପରେ ତାହାକୁ ଧୋଇ ଦିଅନ୍ତୁ ।
୪-କପଡାକୁ ଭଲ ଭାବରେ ଧୋଇ ଶୁଖାଇ ଦିଅନ୍ତୁ ଓ ଏହାପରେ ଆଇରନ୍ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଡ୍ରେସ୍‌ରୁ ସବୁ ଦାଗ ଦୂରେଇ ଯିବ ।
୫-ଏହା ବ୍ୟତିତ ଆପଣ ଲେମନ କ୍ଲିନର ଓ ୱାଶିଂ ସୋଡାର ବ୍ୟବହାର ବି କରିପାରିବେ ।
ତେବେ ହୋଲି ଖେଳିବା ସମୟରେ ଆପଣ ପୁରୁଣା ବା କୌଣସି ଅଦରକାରୀ ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ । ଏହା ବ୍ୟତିତ କପଡାରେ ରଙ୍ଗ ଲାଗିବା ପରେ ତାହାକୁ ତୁରନ୍ତ ଧୋଇ ଦିଅନ୍ତୁ ।