ଅନେକ ସମୟରେ ଏପରି ହୋଇଥାଏ ଯେତେ ଚେଷ୍ଟା କଲେ ମଧ୍ୟ ଧନ ସଞ୍ଚୟ ହୋଇପାରିନଥାଏ। ଆଧ୍ୟାତ୍ମିକ ମାନ୍ୟତା ଅନୁଯାୟୀ, କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ। ମାନ୍ୟତା ଅନୁଯାୟୀ, ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧିବା ଦ୍ୱାରା ଧନ ଟାଣି ହୋଇ ଆସିଥାଏ। ଏହାସହ ମା’ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇ ଥାଆନ୍ତି। ଏହାକୁ ଲୋକେ ପିନ୍ଧି ଥାଆନ୍ତି,ମାତ୍ର ଏହି ମୁଦିକୁ ପିନ୍ଧିବା ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ନଚେତ୍ ଶୁଭଫଳ ମିଳିନଥାଏ। ଜାଣନ୍ତୁ..
ମୁଦି ତିଆରି କରିବାରେ ଧାତୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କଇଁଛ ମୁଦି ଚାନ୍ଦିରେ ତିଆରି ହେବା ଅତ୍ୟନ୍ତ ଉତ୍ତମ। ଅନ୍ୟ ଧାତୁରେ ତିଆରି କଇଁଛ ମୁଦି ଧାରଣ କରିବା ଦ୍ୱାରା ଶୁଭଫଳ ମିଳିନଥାଏ। ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଅନ୍ୟ ଧାତୁରେ ତିଆରି କଇଁଛ ମୁଦି ପିନ୍ଧି ପାରିବେ।ମୁଦି ଧାରଣ କରିବା ପୂର୍ବରୁ ଏହାର ଶୁଦ୍ଧତା ନିତାନ୍ତ ଜରୁରୀ। ସଠିକ୍ ଭାବେ ଶୁଦ୍ଧତା ପାଇଁ ଏହାକୁ ଗଙ୍ଗାଜଳ ଓ କ୍ଷୀରରେ ଧୁଅନ୍ତୁ।ଏହି ମୁଦିକୁ ପ୍ରଥମେ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରି ପୂଜା କରି ଏହାକୁ ଧାରଣ କରିବା ଦ୍ୱାରା ବିଶେଷ କୃପା ମିଳିଥାଏ।ଅନେକ ଲୋକେ ଏହାକୁ ପିନ୍ଧିବା ସମୟରେ ଦ୍ୱନ୍ଦ୍ୱରେ ଥାଆନ୍ତି। କଇଁଛର ମୁହଁ କେଉଁ ଆଡକୁ ରହିବା ନେଇ। ଏହାକୁ ପିନ୍ଧିବାର ସଠିକ୍ ଶୈଳୀ ହେଉଛି କଇଁଛର ମୁହଁ ନିଜ ଆଡକୁ ରହିବ।
Trending
- ଓୟୋ ହୋଟେଲ ଛାତରୁ ତଳକୁ ଡେଇଁଲେ କାହିଁକି ଯୁବତୀ
- ମୁନ୍ନାଙ୍କ ଇସ୍ତଫା ନେଇ ଚର୍ଚ୍ଚା
- ବିଡ଼ିଓ-ସିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ତାଗିଦ
- ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର
- କରାଚୀ ନିକଟସ୍ଥ ଆରବ ସାଗରରେ ନୌସେନା ୩୬ଟି ଯୁଦ୍ଧଜାହାଜ ସହିତ ପ୍ରସ୍ତୁତ ହୋଇଥିଲା, ଖାଲି ଅର୍ଡ଼ର ଅପେକ୍ଷା ଥିଲା ଭାରତୀୟ ନୌସେନା
- ମେ ୨୮ରେ ପ୍ରକାଶ ପାଇବ ବହୁଚର୍ଚ୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାର ରାୟ
- ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ, ୬ଟି ପ୍ରସ୍ତାବକୁ ଅନୁମୋଦନ
- ମୟୁରଭଞ୍ଜବାସୀଙ୍କୁ ୪୨୦ କୋଟି ଭେଟି
- ପିଓକେ ଖାଲି କରୁ ପାକିସ୍ତାନ – ବୈଦେଶିକ ମନ୍ତ୍ରଣାଳୟ
- ଆଜି ଠାରୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଗ୍ରସ୍ତ
Prev Post
Next Post