ଅଙ୍ଗୁର କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ । ଲୋକମାନେ ଅଙ୍ଗୁର ଖାଇବାକୁ ପସନ୍ଦ କରିଥାନ୍ତି । ଅଙ୍ଗୁର ରସରେ ଭିଟାମିନ୍-ସି, ଭିଟାମିନ୍-କେ, ଫାଇବର, ଖଣିଜ ପଦାର୍ଥ, କ୍ୟାଲୋରୀ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ । ସେଥିପାଇଁ ଅଙ୍ଗୁରକୁ ସ୍ୱାସ୍ଥ୍ୟର ଭଣ୍ଡାର ବୋଲି କୁହାଯାଏ । ଆସନ୍ତୁ ଜାଣିବା ଅଙ୍ଗୁର ଖାଇଲେ ଶରୀରକୁ କ’ଣ ସବୁ ଉପକାରିତା ମିଳିଥାଏ ।
– ହୃଦୟ ରୋଗକୁ ରୋକିଥାଏ: ଏବେ ହୃଦୟ ସମ୍ବନ୍ଧୀୟ ରୋଗ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ, ହୃଦୟ ରୋଗକୁ ରୋକିବା ପାଇଁ ଅଙ୍ଗୁର ଖାଇବା ଲାଭଦାୟକ ହୋଇଥାଏ । ଅଙ୍ଗୁରରେ ଥିବା ଉପାଦାନ ରକ୍ତନଳୀର କାର୍ଯ୍ୟକୁ ସୁସ୍ଥ ରଖିଥାଏ ।
– କର୍କଟ ରୋଗରୁ ରକ୍ଷା କରେ: ଅଙ୍ଗୁରରେ ବିଭିନ୍ନ ଉପାଦାନ ରହିଛି, ଯେପରିକି ରେସଭେରାଟ୍ରୋଲ ଏବଂ କ୍ୱାରସେଟିନ, ଯେଉଁଥିରେ କର୍କଟ ନିରୋଧୀ ଗୁଣ ଥିବାରୁ ଏହା ଟ୍ୟୁମରର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ । ସେହିଭଳି ଅଙ୍ଗୁରରେ ଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ ରୋଗକୁ ପ୍ରତିରୋଧ କରିଥାଏ ।