୪୦ଲକ୍ଷ ଟଙ୍କାର ଚାକିରୀ ଛାଡି ସଫେଇ କାମ କରୁଛନ୍ତି ମହିଳା
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: କେତେବେଳେ ସମୟ ବଦଳି ଯାଏ କାହାକୁ ବି ଜଣାନାହିଁ । ସମୟର ଚକରେ ସମସ୍ତେ କଣ୍ଢେଇ ପରି ନାଚନ୍ତି । ସେହିଭଳି ଜଣେ ମହିଳା ନିଜର ୪୦ଲକ୍ଷ ଟଙ୍କା ଚାକିରୀକୁ ଛାଡି ସଫେଇ କାମକୁ ଆପଣେଇଛନ୍ତି । ଯାହା ଏବେ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି ମହିଳା ଜଣକ ହେଲେ ବିଟ୍ରେନର କ୍ଲେୟର ବର୍ଟନ। । ତାଙ୍କ କହିବାନୁସାରେ କର୍ପୋରେଟରେ ଚାକିରୀ କରିବା ଓ ସଫେଇ କରିବା ୨ଟା ଯାକ ପୁରା ଭିନ୍ନ । ସେ ନିଜ କ୍ୟାରିୟର ପାଇ ଭଲ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ।
କ୍ଲେୟର ୨୦୦୧ରେ ଏକ ହାଇ ଷ୍ଟ୍ରିଟ୍ ବ୍ୟାଙ୍କ ପାଇଁ ସେବା ପ୍ରତିନିଧି ରୂପରେ କାର୍ୟ୍ୟ କରୁଥିଲେ। ଏହି ସମୟରେ ସେ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ସେ ତାଙ୍କ ବୟଫ୍ରେଣ୍ଡ ଡେଭ୍ଙ୍କୁ ୨୦୦୩ରେ ବିବାହ କରିଥିଲେ। ୨୦୧୭ରେ ପ୍ରମୋଶନ ପାଇବା ପରେ କ୍ଲେୟରଙ୍କ ମାସକୁ ଦରମା ୪୦ ଲକ୍ଷ ହୋଇଥିଲା। ମାତ୍ର ଏହି ବର୍ଷ ହିଁ ତାଙ୍କ ପିତା ଲିଭର କ୍ୟାନସରରେ ମୃତ୍ୟୁବରଣ କରିଥିଲେ। ଏହାର ୧ ବର୍ଷ ପରେ ଅର୍ଥାତ୍ ୨୦୧୮ରେ ବିବାହ ବିଚ୍ଛେଦ ହୋଇଥିଲା। ଏହିଦିନଠାରୁ ସେ ବହୁତ ଭାଙ୍ଗି ପଡ଼ିଥିଲେ। ପରେ ଇନ୍ଷ୍ଟାଗ୍ରାମରେ ମିଷ୍ଟର ହିଞ୍ଚ ନାମକ ଜଣେ ୟୁଜରଙ୍କୁ ଦେଖି ସଫେଇ କାମ କରିବାକୁ ଇଚ୍ଛା କରିଥିଲେ । ପ୍ରଥମେ ସେ ସପ୍ତାହକୁ ୪ଘଣ୍ଟା କାମ କରୁଥିଲେ ଯାହା ଦ୍ୱାରା ତାଙ୍କୁ ଶାନ୍ତି ମିଳୁଥିଲା । ଏବେ ସେ ଏହି କାମରେ ୬ ଜଣଙ୍କୁ ନିଯୁକ୍ତ କରିଛନ୍ତି ଓ ଏଥିରୁ ଏବେ ଦି’ ପଇସା ରୋଜଗାର ବି କରୁଛନ୍ତି ।