ଅଫିସ ବା କାର୍ଯ୍ୟାଳୟରେ ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀମାନଙ୍କ ପାଇଁ ବଡ଼ ଖବର ସାମନାକୁ ଆସିଛି । ଏଣିକି ମନ ଇଚ୍ଛା ସମୟରେ ଅଫିସକୁ ଯାଇ ପାରିବେ ନାହିଁ କୌଣସି କର୍ମଚାରୀ । ଏଥିପାଇଁ ସରକାରଙ୍କ ତରଫରୁ ଏଭଳି କର୍ମଚାରୀମାନଙ୍କୁ ତାଗିଦ କରାଯାଇଛି । ଏଣିକି ୧୫ ମିନିଟରୁ ଅଧିକ ସମୟ ବିଳମ୍ବ ହେଲେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ କର୍ମଚାରୀମାନଙ୍କୁ ୯.୦୦-୯.୧୫ ମଧ୍ୟରେ ଅଫିସରେ ଉପସ୍ଥିତ ହେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।ତେବେ ଏନେଇ କୁହାଯାଇଛି ଯେ, ଯଦି ସକାଳ ୯.୧୫ ସୁଦ୍ଧା କର୍ମଚାରୀ କାର୍ଯ୍ୟାଳୟରେ ନପହଞ୍ଚିଲେ ସେମାନଙ୍କର ଅଧା ଦିନ ଛୁଟି କାଟି ଦିଆଯିବ । ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି ଯେ କୌଣସି କାରଣରୁ ଯଦି କର୍ମଚାରୀ ବିଶେଷ ଦିନରେ ଉପସ୍ଥିତ ନହୋଇ ପାରନ୍ତି ତେବେ ତାଙ୍କୁ ଆଗୁଆ ସୂଚନା ଦେବାକୁ ପଡ଼ିବ । ଏଥିସହିତ ଅକସ୍ମିକ ଛୁଟି ପାଇଁ ଆବେଦନ କରିବାକୁ ପଡ଼ିବ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି