ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି
ଦଶହରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ରାଜ୍ୟର ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୃଦ୍ଧି ପିଛିଲା ଭାବେ ଗତ ଜାନୁଆରୀ ପହିଲାରୁ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟର ହଜାର ହଜାର କର୍ମଚାରୀ ବିଶେଷ ଭାବେ ଉପକୃତ ହେବେ ।