ରେଲୱେରେ ଜବରଦସ୍ତ ନିଯୁକ୍ତି

୧୦ମ ପାସ୍ କରିଥିଲେ ଏପରି କରନ୍ତୁ ଆବେଦନ

ଭାରତୀୟ ରେଳବାଇରେ ଚାକିରି କରିବାକୁ ଚାହାଁନ୍ତି, ତେବେ ବିଳମ୍ବ ନକରି ତୁରନ୍ତ ଆବେଦନ କରନ୍ତୁ । କାରଣ ଭାରତୀୟ ରେଳବାଇରେ ଏକ ଜବରଦସ୍ତ ନିଯୁକ୍ତି ଆରମ୍ଭ ହୋଇଛି, ପୂର୍ବ ରେଳବାଇର ରେଳବାଇ ନିଯୁକ୍ତି ସେଲ୍ ୩୧୧୫ ଜଣ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ଘୋଷଣା କରିଛି । ପଦବୀ, ଯୋଗ୍ୟତା, ଚୟନ ପ୍ରକ୍ରିୟା, କିପରି ଆବେଦନ କରିବେ, ଏହି ସମ୍ବନ୍ଧରେ ଆସନ୍ତୁ ଜାଣିବା…

ଆଶାୟୀ ପ୍ରାର୍ଥୀମାନେ ଶେଷ ତାରିଖ ୨୬ ଅକ୍ଟୋବର ପୂର୍ବରୁ ଏଥିରେ ଆବେଦନ କରିପାରିବେ । ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ERର ସରକାରୀ ୱେବସାଇଟ୍ rrcer.comକୁ ଯିବାକୁ ପଡିବ । ଇଷ୍ଟର୍ନ ରେଲୱେର ଏହି ନିଯୁକ୍ତି ମାଧ୍ୟମରେ ଫିଟର, ଟର୍ନର, ମେସିନିଷ୍ଟ, ୱେଲଡର୍ (ଗ୍ୟାସ୍ ଏବଂ ଇଲେକ୍ଟ୍ରିକ୍), ଇଲେକ୍ଟ୍ରିସିଆନ୍, ପେଣ୍ଟର୍ (ଜି), କାର୍ପେଟର, ରେଫ୍ରିଜରେଟର ଏବଂ ଏସି ମେକାନିକ୍, ମେକାନିକ୍ (ଡିଜେଲ), ଇଲେକ୍ଟ୍ରୋନିକ୍ସ ମେକାନିକ୍ ଓ ମେକାନିକ୍ (ମୋଟର ଯାନ) ପଦବୀ ପୂରଣ କରାଯିବ ।ବୟସ ସୀମା :- ବୟସ ସୀମା ବିଷୟରେ କହିବାକୁ ଗଲେ ପ୍ରାର୍ଥୀଙ୍କ ବୟସ ଅତି କମରେ ୧୫ ବର୍ଷ ହେବା ଉଚିତ୍ । ଏହା ସହ ସର୍ବାଧିକ ବୟସ ସୀମା ୨୪ ବର୍ଷ ରହିବା ଆବଶ୍ୟକ ।ଏହିପରି କରାଯିବ ଚୟନ:-ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆଇଟିଆଇରେ ହାରାହାରି ମାର୍କ ଆଧାରରେ ଡକ୍ୟୁମେଣ୍ଟ ଯାଞ୍ଚ (ଡିଭି) ପାଇଁ ପ୍ରାର୍ଥୀଙ୍କୁ ଡକାଯିବ । ଆବେଦନ ଶୁଳ୍କ ବିଷୟରେ କହିବାକୁ ଗଲେ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ ।