ଭଲ ଜବ୍ କରିବା ପରେ ବି ସନ୍ତୁଷ୍ଟ ନ ଥାନ୍ତି ଅନେକେ। ଜବ୍ ସହିତ ସେମାନେ ପୁଣି ଅଧିକ ପାଠ ପଢ଼ି ନିଜକୁ ବିଭିନ୍ନ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରୁଥାନ୍ତି। କାହିଁକିନା ସେମାନେ ନିଜ ସ୍ବପ୍ନର କ୍ୟାରିୟର ଗଢ଼ି ନ ଥାନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅହରହ ଚେଷ୍ଟା ଚଳାଇଥାନ୍ତି। ଚାକିରି କରି ଭଲ ରୋଜଗାର କରିବା ପରେ ବି ସେମାନେ ପାଠପଢ଼ା ପାଇଁ ପ୍ରତି ମୁହୂର୍ତ୍ତରେ ବ୍ୟସ୍ତ ରହିଥାନ୍ତି। ନିଜ ସ୍ବପ୍ନ ପୂରା କରିବା ପାଇଁ ଯେମିତି ସେମାନେ ସଙ୍କଳ୍ପ କରି ନେଇଥାନ୍ତି। ନିଜର ଜିଦ୍କୁ କେବେ କମ୍ କରିବାକୁ ଦିଅନ୍ତି ନାହିଁ। ଏଭଳି ଏକ ପରିସ୍ଥିତିରେ କର୍ମଜୀବୀ ମହିଳା କିଭଳି ସମୟ ବାହାର କରିବେ ସେନେଇ କେତେକ ଦିଗ ପ୍ରତି ଧ୍ୟାନଦିଅନ୍ତୁ।
ଆଧୁନିକ ମାଧ୍ୟମ: ଚାକିରି ସହ ପାଠପଢ଼ା ଜାରି ରଖିବାକୁ ହେଲେ କିଛି ଆଧୁନିକ ମାଧ୍ୟମ ଆପଣେଇବାକୁ ହେବ। ଏଥିପାଇଁ ଆପଣ ଏକ ଟାବ୍ଲେଟ୍ କିଣି ନିଜ ପାଖରେ ରଖନ୍ତୂୁ। ଏହି ମାଧ୍ୟମରେ ପାଠ ପଢ଼ିବା ସହଜ ହୋଇପାରିବ। ଏହାକୁ ଯେକୌଣସି ସ୍ଥାନକୁ ସାଙ୍ଗରେ ନେଇ ଯାଇପାରିବେ। ଅବଶ୍ୟ ଏସବୁ କାମ ସ୍ମାର୍ଟ ଫୋନ୍ରେ ମଧ୍ୟ ହୋଇପାରିବ, ମାତ୍ର ଟାବ୍ଲେଟ୍ ମାଧ୍ୟମରେ ନୋଟ୍ ତିଆରି କରିବା ଓ ପଢ଼ିବା ଅଧିକ ସହଜ ହୋଇପାରିବ। ତେଣୁ ନିଜ ବଜେଟ ହିସାବରେ ଏକ ଟାବ୍ଲେଟ୍ କିଣି ସେହି ମାଧ୍ୟମରେ ନିଜ ପାଠପଢ଼ା ପ୍ରସ୍ତୁତି କରନ୍ତୁ।
ସ୍ମାର୍ଟ ଷ୍ଟଡି: ବିଭିନ୍ନ ପ୍ରକାର ଆପ୍ ମାଧ୍ୟମରେ ଏବେ ପାଠ ପଢ଼ିବା ବହୁ ସହଜ ହୋଇପାରୁଛି। ତେଣୁ ଟାବ୍ଲେଟ୍ରେ ଯେକୌଣସି ଆପ୍ ଡାଉନଲୋଡ୍ କରି ସେହି ମାଧ୍ୟମରେ ନିଜର ନୋଟ୍ କରନ୍ତୁ। ନିଜ ବିଷୟବସ୍ତୁ ଓ ଚାପ୍ଟର ଅନୁସାରେ ନୋଟ୍ ତିଆରି କରନ୍ତୁ। ଏପରି କରିବା ଫଳରେ ସବୁ ଚାପ୍ଟର ଖୋଜିବା ପାଇଁ ଅଧିକ ସମୟ ଲାଗିବ ନାହିଁ। ଏହି ଆପ୍ ମାଧ୍ୟମରେ ନିଜ ନୋଟ୍କୁ ଭିନ୍ନ ପେଜ୍ ଅନୁସାରେ ଅଲଗା ରଙ୍ଗ ଦେଇପାରିବେ, ଫଳରେ ପାଠ ପଢ଼ିବା ପ୍ରତି ଅଧିକ ଆକର୍ଷଣ ରହିବ ଓ ସହଜରେ ପାଠ ଖୋଜିଲେ ମିଳିଯିବ। ଏହା ସହ ପ୍ରତି ନୋଟ୍ ଅନୁସାରେ ନିଜ ବିଷୟ ଅନୁଯାୟୀ ଲିଙ୍କ୍ ମଧ୍ୟ ରଖିପାରିବେ ଓ ଆବଶ୍ୟକ ସମୟରେ ଖୁବ୍ଶୀଘ୍ର ଖୋଜିପାରିବେ। ତେଣୁ ଟାବ୍ଲେଟ୍ କିଣି ଏହିସବୁ ଆପ୍ ମାଧ୍ୟମରେ ସ୍ମାର୍ଟ ଷ୍ଟଡି ଆପଣାଇବା ହିଁ ଅଧିକ ଫଳପ୍ରଦ।
ଛୁଟିଦିନରେ: ଅଫିସରେ ସମସ୍ତଙ୍କ ପାଇଁ ସାପ୍ତାହିକ ଛୁଟିର ବ୍ୟବସ୍ଥା ରହିଥାଏ। ତେଣୁ ଏହିଦିନ ଆପଣ ଅଧିକ ସମୟ ପଢ଼ିବା ପାଇଁ ସ୍ଥିର କରନ୍ତୁ। ଯଦି ପାଠ ପଢ଼ିବା ହିଁ ଏବେ ମୁଖ୍ୟ ଲକ୍ଷ୍ୟ ହୋଇଥାଏ ତେବେ ଛୁଟିଦିନରେ ଅନ୍ୟ କୌଣସି କାମ ରଖନ୍ତୁ ନାହିଁ। ବରଂ ଘରର ଅନ୍ୟ କାମ ସବୁ ଅଫିସ ଥିବା ଦିନଗୁଡ଼ିକରେ ଶେଷ କରିଦିଅନ୍ତୁ। ତା’ହେଲେ ଛୁଟିଦିନରେ ପଢିବା ପାଇଁ ଅଧିକ ସମୟ ପାଇପାରିବେ। ପାଠପଢ଼ାରେ ଅପ୍ଡେଟ୍ ରହିବା ପାଇଁ ଇଣ୍ଟରନେଟ୍ ବ୍ୟବହାର କରି ନିଜକୁ ଅପ୍ଡେଟ୍ ରଖନ୍ତୁ।
ଯେକୌଣସି ସମୟରେ: ଅଫିସ୍ରେ କିଛି ସମୟ ଫାଙ୍କା ଥିବାବେଳେ ହେଉ ଅଥବା ବାହାରେ କୌଣସି ସ୍ଥାନରେ ବସିବା ସମୟରେ, ଯେକୌଣସି ମୁହୂର୍ତ୍ତରେ ବି ପଢ଼ିବା ପାଇଁ ଇଚ୍ଛା ହେଲେ ତୁରନ୍ତ ପଢ଼ନ୍ତୁ। ଏଥିପାଇଁ ଟାବ୍ଲେଟ୍ ହିଁ ମୁଖ୍ୟ ମାଧ୍ୟମ ହୋଇପାରିବ। ଟାବ୍ଲେଟ୍ ପାଖରେ ଥିଲେ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଆପଣ ଚାହିଁଲେ ପାଠ ପଢ଼ିପାରିବେ। ଏମିତିକି ବସ୍ କିମ୍ବା ଟ୍ରେନ୍ରେ ଯିବା ସମୟରେ ଅବା ଅଫିସ୍ ଭିତରେ ଫାଙ୍କା ଥିବା ସମୟରେ ବେଶ୍ ସହଜରେ ପଢ଼ାପଢ଼ି କରିପାରିବେ।
ଟାଇମ୍ ଟେବୁଲ: ପାଠପଢ଼ା ପାଇଁ ଅଧିକ ସମୟ ବାହାର କରିବାକୁ ହେଲେ ଘରର ତଥା ନିଜର ଅନ୍ୟ ସବୁ କାମ ପାଇଁ ଏକ ଟାଇମ୍ ଟେବୁଲ ତିଆରି କରିବାକୁ ହେବ। ଯଦି ଘରକାମ ପାଇଁ ଅଧିକ ସମୟ ଦେବାକୁ ପଡୁଥାଏ ତା’ହେଲେ ତାକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କରିବାକୁ ଚେଷ୍ଟା କରନ୍ତୁ। ଆବଶ୍ୟକ ହେଲେ କିଛିଦିନ ପାଇଁ ଘରକାମରେ ଆପଣ ଜଣେ ସହାୟକଙ୍କୁ ଆଣି ରଖନ୍ତୁ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post