ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିମିଟେଡ (ଓଏସପିଏଚଆଣ୍ଡଡବ୍ଲ୍ୟୁସି) ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ କନିଷ୍ଠ ସହାୟକ ପଦରେ ନିଯୁକ୍ତି ଦିଆଯିବ । ୟୁଆର, ଶିକ୍ଷା ଓ ସାମାଜିକ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।ଏଥିପାଇଁ ଡିସେମ୍ବର ମାସ ୨୩ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୧୨ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀ କଳା/ ବିଜ୍ଞାନ / ବାଣିଜ୍ୟ କିମ୍ବା ସମତୁଲ୍ୟ ପରୀକ୍ଷାରେ ପାସ୍ କରିବା ସହିତ କମ୍ପ୍ୟୁଟର ଜାଣିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର କେନ୍ଦ୍ର ସରକାର / ରାଜ୍ୟ ସରକାର / ରାଜ୍ୟ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ / କେନ୍ଦ୍ର ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଅଧିନରେ ଜଣେ ରେଗୁଲାର / ଆଉଟସୋର୍ସଡ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ ।ପ୍ରାର୍ଥୀଙ୍କୁ ୧୯,୦୦୦ରୁ ୬୨,୨୦୦ ଟଙ୍କା ବେତନ ସହିତ ଡିଏ ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯିବ । ଚଳିତ ବର୍ଷ ଜୁନ୍ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷା ଜାଣିଥିବେ । ୟୁଆର, ଏସଇବିସି ପ୍ରାର୍ଥୀଙ୍କୁ ଏଥିପାଇଁ ୫୦୦ ଟଙ୍କାର ଆବେଦନ ଫିସ୍ ଦାଖଲ କରିବାକୁ ପଡ଼ିବ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post