ଗତ ୮ ତାରିଖରେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଥିବା ବେଳେ ଏବେ ଆଡମିଟ୍ କାର୍ଡ ଜାରି କରାଯାଇଛି । ଏନେଇ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏହି ଦୁଇ ଶିକ୍ଷକ ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।ଅଫିସିଆଲ ସୂଚନା ମୁତାବକ, ଆସନ୍ତା ୧୬ ତାରିଖରେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ପୁଣି ଥରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଏଥିରେ ଆବେଦନ କରିଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ୧୧ ତାରିଖ ଠାରୁ ୱେବସାଇଟରେ ଆଡମିସନ ଲେଟର ଉପଲବ୍ଧ ହେବା ନେଇ ପୂର୍ବରୁ ଓଏସଏସସି ତରଫରୁ କୁହାଯାଇଥିଲା । ପ୍ରାର୍ଥୀମାନେ ୟୁଜର ଆଇଡି ଓ ପାସୱାର୍ଡ ଦେଇ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ନିଜର ପରୀକ୍ଷା ଭେନ୍ୟୁ ଜାଣିପାରିବେ ।ସଂସ୍କୃତ ଶିକ୍ଷକ ପଦ ପାଇଁ ପ୍ରଥମ ପର୍ଯ୍ୟାୟରେ ପେଡାଗୋଜି ଓ ଇଭାଲୁଏସନ ବିଷୟରେ ୨୦ ମାର୍କ ଓ ସଂସ୍କୃତ ବିଷୟରେ ୧୩୦ ମାର୍କର ପରୀକ୍ଷା ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ହିନ୍ଦି ଶିକ୍ଷକ ପଦ ପାଇଁ ପେଡାଗୋଜି ଓ ଇଭାଲୁଏସନ ବିଷୟରେ ୨୦ ମାର୍କ ଓ ହିନ୍ଦି ବିଷୟରେ ୧୩୦ ମାର୍କ ପରୀକ୍ଷା ହେବ । ପ୍ରାର୍ଥୀମାନେ ଦୁଇ ଘଣ୍ଟାରେ ପରୀକ୍ଷା ଦେବେ । ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସରେ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦ ପୂରଣ ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
Trending
- ଜୁନ 20 ରେ ଆସିବେ ମୋଦୀ
- ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦେବ ଏୟାର ଇଣ୍ଡିଆ
- ବିମାନ ଦୁର୍ଘଟଣାରେ ଏକମାତ୍ର ଯାତ୍ରୀ ଭାବେ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶଙ୍କୁ ଭେଟିଲେ ମୋଦୀ
- ରାଜ୍ୟ ସରକାର ଗୃହରକ୍ଷୀମାନଙ୍କୁ ରଜ ଭେଟି ଦେଇଛନ୍ତି, ଗୃହରକ୍ଷୀମାନଙ୍କ ପାଇଁ ଭତ୍ତା ବୃଦ୍ଧି
- ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକ ଜିଲ୍ଲାର ଇଣ୍ଟରନେଟ ସେବା ଲୋକମାନଙ୍କ ପାଇଁ ଉପଲବ୍ଧ
- ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅହମଦାବାଦରେ ମୃତ୍ୟୁ
- ବିମାନ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
- ଗୁଜରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ 1 କୋଟି ଦେବ ଟାଟାଗ୍ରୁପ
- ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ, 241 ଯାତ୍ରୀ ମୃତ
Prev Post