କମ୍ପ୍ୟୁଟର ଓ ଲାପ୍ଟପ୍ ନିର୍ମାଣ କରୁଥିବା ବିଶ୍ବର ଅଗ୍ରଣୀ ସଂସ୍ଥା ଡେଲ୍ ଏହାର ୧୨,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ କମ୍ପାନି ଅଧିକ ଧ୍ୟାନ ଦେବାକୁ ଯାଉଥିବାରୁ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି। ନିକଟରେ ଚିପ୍ ନିର୍ମାତା ଇଣ୍ଟେଲ୍ ଏହାର ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ବିଶ୍ବ ପ୍ରଯୁକ୍ତି ଦୁନିଆରେ ଚଳିତ ବର୍ଷ ଏକ ଲକ୍ଷ ୩୫ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ ହୋଇସାରିଲାଣି। କେବଳ ଜୁଲାଇ ମାସରେ ୮୦୦୦ କର୍ମଚାରୀ ଛଟେଇ ହୋଇଥିଲା। ଅବଶ୍ୟ, ଛଟେଇର ଏହି ମାତ୍ରା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଅଧିକ ରହିଛି। ଭାରତରେ ଛଟେଇ କିଛି ହାତଗଣତି ଷ୍ଟାର୍ଟଅପ୍ରେ ସୀମିତ ରହିଛି।ତେବେ ଡେଲ୍ ପକ୍ଷରୁ ଛଟେଇ କରାଯାଇଥିବା କର୍ମଚାରୀମାନଙ୍କୁ ଦୁଇ ମାସର ବେତନ ସହ ୩୬ ସପ୍ତାହ ପର୍ଯ୍ୟନ୍ତର ବେତନ ଦିଆଯାଇଛି। ଯେଉଁ କର୍ମଚାରୀ ଯେତିକି ବର୍ଷ କାର୍ଯ୍ୟ କରିଥିଲେ ସେମାନଙ୍କୁ ପ୍ରତିବର୍ଷ ପାଇଁ ଏକ ସପ୍ତାହର ବେତନ ଦିଆଯାଇଛି। ତେବେ ଦୀର୍ଘଦିନ ଧରି ଚାକିରି କରୁଥିବା କର୍ମଚାରୀମାନଙ୍କୁ ପ୍ରୋତ୍ସହନ ରାଶି ଓ ଷ୍ଟକ୍ ବିକଳ୍ପ ପ୍ରଦାନ କରାଯାଇନଥିବାରୁ ସେମାନେ ଅସନ୍ତୋଷ ଜାହିର କରିଛନ୍ତି।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ