ଆଇବିପିଏସ ପକ୍ଷରୁ ନିଯୁକ୍ତି ସୁଯୋଗ
ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ତରଫରୁ ୪୪୫୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ୮୯୬ଟି ପଦ ପୂରଣ ହେବ । ସ୍ପେଶାଲିଷ୍ଟ ଅଫିସର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଅଗଷ୍ଟ ୧ ତାରିଖରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ ଓ ପେମେଣ୍ଟ ଦାଖଲ କରିପାରିବେ । ନଭେମ୍ବରରେ ପ୍ରିଲିମିନାରୀ ପରୀକ୍ଷା ଓ ଡିସେମ୍ବରରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ ।ଏହି ପଦରେ ଆବେଦନ କରିବାକୁ ସମସ୍ତ ପ୍ରାର୍ଥୀଙ୍କୁ ୮୫୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ଚଳିତ ବର୍ଷ ଅଗଷ୍ଟ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।