ମାଟିର ମୂଲ୍ୟ ୨୫୦ କୋଟି ଟଙ୍କା

ମାଟିର ମୂଲ୍ୟ ୨୫୦ କୋଟି ଟଙ୍କା

ମେଟ୍ରୋ ଟିଭି ଓଡିଶା,୬/୧: ରାଜସ୍ଥାନରେ ରହିଛି ଏପରି ନଦୀ ଯାହାର ମାଟିର ମୂଲ୍ୟ ସୁନାର ମୂଲ୍ୟ ସହ ସମାନ ।ରାଜସ୍ଥାନର ଝୁନଝୁନ ଜିଲ୍ଲାର ଖେତଡି ବସ୍ତିର ପାହାଡରେ ରହିଛି ୫୬ ବର୍ଷୀୟ ପୁରଣା ନଦୀ । ଏହାର ୮କିମି ପରିବ୍ୟାପ୍ତ ଏହି ସ୍ଥାନରେ ମାଟିର ମୂଲ୍ୟ ୨୫୦କୋଟି ଟଙ୍କା ହେଲାଣି । ଏକ ବିଦେଶୀ ଏଜେନ୍ସିର ସର୍ଭେରୁ ଏଠାରେ ସୁନା ଥିବାର ଜଣାପଡିଛି ।
ଏହି ନଦୀରେ ତମ୍ଭା ଖଣିରୁ ନିର୍ଗତ ତମ୍ବା ବର୍ଜ୍ୟକୁ ପାଇପ ଜରିଆରେ ଛଡାଯାଏ । ଏହା ଯେଗୁ ସୁନା ରୂପା ଏଠାରେ ଜମା ହେଉଥିବ ସୂଚନା ମିଳେ । ଦେଖିବାକୁ ଆବର୍ଜନାପୂର୍ଣ୍ଣ ହୋଇଥିଲେ ବି ଏହାର ମୂଲ୍ୟ କୋଟି କୋଟି ଟଙ୍କା । ଜିଓଲୋଜିକାଲ୍ ସର୍ଭେ ଅଫ ଇଣ୍ଡଆ ଓ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ଭୂବିଜ୍ଞାନୀ ମାନେ ଖେତଡିର କପର ମାଇନ୍ସ ଆବିଷ୍କାର କରିଥିଲେ । ଟାଲିଙ୍ଗ ଡ୍ୟାମରେ ସକାଳ୯ଟାରୁ ସନ୍ଧ୍ୟା ୫ଟା ଯାଏ ବର୍ଜ୍ୟ ପାଣି ବାହାରି ଥାଏ । ଏହାର ଗଭୀରତା ୧୫.୧୭ମିଟର । ଏହି ବର୍ଜ୍ୟକୁ ରୋକିବା ପାଇ ମାଟିର ପ୍ରାଚୀର ନିର୍ମାଣ ହୋଇଛି ।
ଏହି ମାଇନ୍ସରୁ କୋଟି କୋଟି ଟଙ୍କାର ତମ୍ଭା ପ୍ରତିଦିନ ବାହାରୁଛି । ଏଠାରେ ପ୍ରତିବର୍ଷ ୩୦ଲକ୍ଷଟନ ଟାଲିଙ୍ଗ ଜମା ହୁଏ । ଯାହା ଏବେ କଠିନ ମାଟିର ରୂପ ନେଲାଣି । ଏହି ନଦୀର କ୍ଷେତ୍ରଫଳ ପ୍ରାୟ୮ଫୁଟବଲ ପଡିଆ ଭଳି । ଖେତଡ ଆଖପାଖରେ ପ୍ରାୟ ୮୦କିନି ପର୍ଯ୍ୟନ୍ତ ତମ୍ବା ରହିଛି ।