ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ ।  ଫ୍ରାନ୍ସରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି । ଭାରତୀୟ ସମୟ ମୁତାବକ ସନ୍ଧ୍ୟା ସାଢେ ୭ଟାରେ ମୋଦୀ ସିନେଟରେ ପହଞ୍ଚିବେ ।

ରାତି ପ୍ରାୟ ୮ଟା ୪୫ ମିନିଟରେ ମୋଦୀ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ । ଏହପରେ ମୋଦୀ ମୋଦୀ ଲା ସିନ୍ ମ୍ୟୁଜିକାଲ କଳାକେନ୍ଦ୍ରରେ ଭାରତୀୟ ସମୁଦାୟଙ୍କ ଆଗରେ ଅଭିଭାଷଣ ରଖିବେ ।ଏହାପରେ ଯାଇ ମୋଦୀ ଭାରତୀୟ ସମୁଦାୟର ଲୋକଙ୍କୁ ଭେଟିବା ସହିତ, ଏଲିସିୟନ ପ୍ୟାଲେସରେ ରାତ୍ରିଭୋଜନରେ ଯୋଗ ଦେବେ ।